40.1 C
Bhubaneswar
Thursday, April 25, 2024
Home2023- ବଜେଟ୍ବିକଶିତ ଭାରତର ନିର୍ମାଣ ପାଇଁ ଏହି ବଜେଟରେ ପଡିଲା ନିଅଁ : ପ୍ରଧାନମନ୍ତ୍ରୀ

ବିକଶିତ ଭାରତର ନିର୍ମାଣ ପାଇଁ ଏହି ବଜେଟରେ ପଡିଲା ନିଅଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ଅମୃତକାଳର ଏହା ପ୍ରଥମ ବଜେଟ । ଏହା ବିକଶିତ ଭାରତର ନିର୍ମାଣରେ ଏକ ମଜବୁତ ନିଅଁ ରଖିବ । ଏହି ବଜେଟ ଗରିବ, ମଧ୍ୟମ ବର୍ଗ ଏବଂ କୃଷକଙ୍କ ସହିତ ଆକାଂକ୍ଷୀ ସମାଜର ସ୍ୱପ୍ନକୁ ପୂରା କରିବ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମକୁ ଏହି ଐତିହାସିକ ବଜେଟ ପାଇଁ ଧନ୍ୟବାଦ ଜଣାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ପରମ୍ପରାଗତ ଭାବେ ନିଜ ହାତରେ ଦେଶ ପାଇଁ ପରିଶ୍ରମ କରୁଥିବା ବିଶ୍ୱକର୍ମା ହେଉଛନ୍ତି ଦେଶର ନିର୍ମାତା । ପ୍ରଥମ ଥର ବିଶ୍ୱକର୍ମାଙ୍କୁ ପ୍ରଶିକ୍ଷଣ ଏବଂ ସହାୟତା ସମ୍ବନ୍ଧିତ ଯୋଜନାକୁ ବଜେଟରେ ଅଣାଯାଇଛି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ ବିକାଶ ଯୋଜନା ବିଶ୍ୱକର୍ମାଙ୍କ ଜୀବନ ଅନେକ ବଡ ପରିବର୍ତ୍ତନ ଆଣିପାରିବ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ସରକାର ଗ୍ରାମୀଣ ଏବଂ ସହର କ୍ଷେତ୍ରରେ ମହିଳାଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମହିଳାଙ୍କୁ ଏଥିପାଇଁ ସରକାର ଆହୁରି ପ୍ରୋତ୍ସାହିତ କରୁଛନ୍ତି । ଏହି ବଜେଟ ସହକାରିତା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking