ନୂଆଦିଲ୍ଲୀ : ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନ କରିବା ପାଇଁ ପର୍ଯ୍ୟଟକଙ୍କୁ ଅନଲାଇନରେ ନକଲି ଟିକେଟ ବିକ୍ରି କରିଥିବା ଅଭିଯୋଗରେ ଦିଲ୍ଲୀ ସାଇବର ସେଲ୍ ଅଧିକାରୀମାନେ ଶନିବାର ଜଣେ ସଫ୍ଟୱେୟାର ଇଂଜିନିୟରଙ୍କୁ ଉତ୍ତରାଖଣ୍ଡର ଚମ୍ପାୱତ୍ ସହରରୁ ଗିରଫ କରିଛନ୍ତି। ସନ୍ଦୀପ ଚାନ୍ଦ ନାମକ ଏହି ଅଭିଯୁକ୍ତ ଡେରାଡୁନ ବାସିନ୍ଦା ହୋଇଥିବାବେଳେ ନୋଏଡାସ୍ଥିତ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।
ଏକ ଜାଲ୍ ୱେବ୍ସାଇଟ୍ ଖୋଲି ଟିକେଟ ବିକ୍ରି କରୁଥିଲେ । ଜଣେ ପର୍ଯ୍ୟଟକ ତାଜମହଲ ପରିଦର୍ଶନ ପାଇଁ ଅନ୍ଲାଇନରେ ଟିକେଟ ବୁକିଂ କରିଥିଲେ । ତାଙ୍କ ଆକାଉଣ୍ଟରୁ ଅର୍ଥ କଟିଥିଲେ ସୁଦ୍ଧା ଟିକେଟର ପ୍ରିଣ୍ଟ୍ ବାହାରିଥିଲା । ସନ୍ଦେହ ପ୍ରକାଶ କରି ସଂପୃକ୍ତ ପର୍ଯ୍ୟଟକ ପୁଲିସର ସହାୟତା ଲୋଡିଥିଲେ । ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଓ ଲାପ୍ଟପ୍ ମଧ୍ୟ ଜବତ କରାଯାଇଛି ।