34.1 C
Bhubaneswar
Friday, March 29, 2024
Homeଅପରାଧତହସିଲ ଅଫିସ ଘେରିଲେ ଭୂମିହୀନ

ତହସିଲ ଅଫିସ ଘେରିଲେ ଭୂମିହୀନ

ମୟୁରଭଞ୍ଜ (ଘାସିରାମ ବେହେରା): ପଦାରେ ପଡ଼ିଲା ରାଜସ୍ୱ ବିଭାଗର ପ୍ରିୟପ୍ରୀତି ତୋଷଣ ନୀତି।ରାଜସ୍ଵ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଭୂମିହୀନଙ୍କୁ ମିଳୁନି ସରକାରୀ ଜମି କିନ୍ତୁ ଜମିଥିବା ପରିବାରର ଲୋକଙ୍କୁ ମିଳୁଛି ବାସପଯୋଗୀ ସରକାରୀ ଜମି ଏବଂ ପଟ୍ଟା।ପୁଣି ଗୋଟେଗୋଟେ ପରିବାରରେ ମିଳୁଛି ଏକାଧିକ ସଦସ୍ୟଙ୍କୁ। ହେଲେ ଭୂମିହୀନ ପରିବାରକୁ ମିଳୁନି ବାସପଯୋଗୀ ୪ ଡେସିମିଲ ସରକାରୀ ଜମି। ଏକିପ୍ରକାର ନ୍ୟାୟ ବୋଲି ପ୍ରଶ୍ନ ଉଠାଇ ହିତାଧିକାରୀ ଚୟନରେ ଅନିୟମିତତା ସହିତ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ନେଇ ଅଭିଯୋଗ ହେଉଥିବା ବେଳେ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ସାଧୁତା ଓ ଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି କରୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ତହସିଲ ଅଧୀନରେ ଦେଖିବାକୁ ମିଳିଛି। ତେବେ ବସୁନ୍ଧରା ଯୋଜନା ମାଧ୍ୟମରେ ଭୂମିହୀନ ମାନଙ୍କୁ ଚାରି ଡେସିମିଲ ବାସପଯୋଗୀ ଜମି ଯୋଗାଇ ଦିଆଯାଇଥିଲା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଜମିପଟ୍ଟା ପ୍ରଦାନରେ ସଠିକ ମାନଦଣ୍ଡ ଗ୍ରହଣ କରାଯାଇ ନ ଥିବାର ଅଭିଯୋଗ କରିବା ସହ ସ୍ଥାନୀୟ ତହସିଲ ଅଫିସ ଘେରାଉ କରିଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ଏହି ଜମିପଟ୍ଟା ଗୋଟିଏ ପରିବାରର ଜଣକୁ ଦେବା ବଦଳରେ ଦୁଇଜଣଙ୍କୁ ପ୍ରଦାନ କରାଯାଇଥିବା ଓ ଯେଉଁ ପରିବାରର ନିଜସ୍ୱ ଜମି ରହିଛି ସେଭଳି ପରିବାରକୁ ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ଏହାର ବିରୋଧ କରି ସମସ୍ତ ଗ୍ରାମବାସୀଙ୍କୁ ଚାରି ଡେସିମିଲ ଜମିପଟ୍ଟା ପ୍ରଦାନ କରିବା ପାଇଁ ଦାବି ହୋଇଛି। ତେବେ 2006 ମସିହାରେ ଦୁଧିଅଷୋଳ ପଂଚାୟତରେ ଭୂମିହୀନ କାଳନ୍ଦୀ ସମ୍ପ୍ରଦାୟର ଲୋକମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ ହୋଇଥିଲା କିନ୍ତୁ ଏହି ପଟ୍ଟା ପ୍ରଦାନରେ ଅନିୟମିତ ହୋଇଥିବା ଅଭିଯୋଗରେ ଆଜି ତହସିଲ ଘେରାଉ କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ଅଫିସରେ ତହସିଲଦାର ଉପସ୍ଥିତ ନ ଥିବାରୁ କିଛି ସମୟ ଧାରଣା ପରେ ଫେରି ଆସିଥିଲେ ଗ୍ରାମବାସୀ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking