31.1 C
Bhubaneswar
Tuesday, April 23, 2024
Homeଖେଳଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ପାଇଁ ଆଜି ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି । ବିସିସିଆଇ ଅଧିକାରୀ, ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ ବସିଥିଲା । ୧୫ ଜଣିଆ ଦଳ ସହ ୩ ରିଜର୍ଭ ଖେଳାଳି ମଧ୍ୟ ଚୟନ କରାଯାଇଛି । ବିଶ୍ୱ କପ ପାଇଁ ଅତି କମରେ ୧୦ ଖେଳାଳିଙ୍କ ସ୍ଥାନ ନିଶ୍ଚିତ ହୋଇସାରିଛି । ଆଉ ୫ଟି ସ୍ଥାନ ପାଇଁ ୧୬ ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ବିଶ୍ୱ କପ୍ ମୁକାବିଲା ଅକ୍ଟୋବର ୧୭ରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ ମୁକାବିଲା ନଭେମ୍ବର ୧୪ ତାରିଖରେ ଖେଳାଯିବ ।

କରୋନା ପିରିୟଡ ଚାଲୁଥିବାରୁ ଆଇସିସିର ନିମୟ ମୁତାବକ ଆଉ ୩ ଜଣଙ୍କୁ ରିଜର୍ଭ ଖେଳାଳି ଭାବେ ବିଶ୍ୱକପ ଦଳ ସହ ୟୁଏଇ ପଠାଯିବ । ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଈଶାନ୍ କିଶନ ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟସମ୍ୟାନ ଭାବେ ନିଜର ସ୍ଥାନ ପକ୍କା କରିଛନ୍ତି । ଅଲରାଉଣ୍ଡର ଭୂମିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରବୀନ୍ଦ୍ର ଜାଡେଜା ରହିଛନ୍ତି । ୱିକେଟ କିପର ଭାବେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଛି । କିନ୍ତୁ କେଏଲ ରାହୁଲ ମଧ୍ୟ ଟି-୨୦ ବିଶ୍ୱକପରେ ୱିକେଟ କିପିଂ ଦାୟିତ୍ୱ ସମ୍ପାଦନ କରିପାରନ୍ତି । ସ୍ପିନର ଭାବେ ରବି ଅଶ୍ୱିନ, ରାହୁଲ ଚହର, ଅକ୍ସର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି । ଦ୍ରୁତ ବୋଲିଂ ବାହିନୀରେ ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ରହିଛନ୍ତି । ଆହତ ସମସ୍ୟା ଦେଇ ଗତି କରୁଥିବା ଶ୍ରେୟସ ଆୟରଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି । ତାଙ୍କ ସହ ଶାର୍ଦ୍ଦୁଲ ଠାକୁର ଓ ଦୀପକ ଚହର ରହିଛନ୍ତି । ଶିଖର ଧୱନଙ୍କୁ ବାଦ୍ ଦିଆଯାଇଛି । ବିରାଟ କୋହଲି ଅଧିନାୟକ ଓ ରୋହିତ ଶର୍ମା ଉପଅଧିନାୟକ ଭାବେ ବିଶ୍ୱକପରେ ଦଳ ସମ୍ଭାଳିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking