40.1 C
Bhubaneswar
Thursday, April 25, 2024
Homeଖେଳଟି-୨୦ , ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : ବୁମରା ଓ ଧାୱନଙ୍କ...

ଟି-୨୦ , ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : ବୁମରା ଓ ଧାୱନଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ଠାରୁ ଉଭୟ ଟି-୨୦ ଓ ଦିନିକିଆ ସିରିଜରେ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ପୁରୁଣା ବର୍ଷକୁ ବିଦାୟ ଦେଇଛି। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ବର୍ଷର ଅନ୍ତିମ ମ୍ୟାଚ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଭାରତ ବିଜୟ ହାସଲ କରି ସିରିଜ ହାତେଇଥିଲା। ତେବେ ଆଗାମୀ ନୂଆ ବର୍ଷ ୨୦୨୦ ଜାନୁଆରୀରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ସିରିଜ ଖେଳିବ। ଉଭୟ ସିରିଜ ଭାରତରେ ଖେଳାଯିବ। ଜାନୁଆରୀ ୫ରୁ ଶ୍ରୀଲଙ୍କା ବିପକ୍ଷ ତିନିଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଉଭୟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆଘାତ କାରଣରୁ କିଛି ଦିନ ହେବ ଦଳରୁ ବାଦ ପଡିଥିବା ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦଳରେ ସାମିଲ କରାଯାଇଛି।
ସେହିଭଳି ଆହତ ହୋଇ କିଛି ଦିନ ହେବ ବିଶ୍ରାମ କରୁଥିବା ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାବନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଉଭୟ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ ଖେଳିବେ। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ହିଟ ମ୍ୟାନ ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି।
ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା –
ବିରାଟ୍ କୋହଲି (ଅଧିନାୟକ), ଶିଖର ଧାୱନ୍‌, କେଏଲ ରାହୁଲ୍‌, ଶ୍ରେୟସ୍ ଆୟର୍‌, ରିଷଭ ପନ୍ତ(ୱିକେଟକିପର), ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ୍‌, କୂଳଦୀପ ଯାଦବ, ଯଶପ୍ରୀତ ବୁମରା, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ମନିଷ ପାଣ୍ଡେ, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ୍।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking