34.1 C
Bhubaneswar
Friday, March 29, 2024
Homeଖେଳସୟଦ୍ ମୋଦୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌: ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରଣୟ

ସୟଦ୍ ମୋଦୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌: ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରଣୟ

ନୂଆଦିଲ୍ଲୀ:  ଭାରତର ଏଚ୍‌ଏସ୍ ପ୍ରଣୟ ମଙ୍ଗଳବାର ୟୁକ୍ରେନ୍‌ର ଦାନିଲୋ ବୋସ୍‌ନିଉକ୍‌ଙ୍କୁ ୨୧-୧୪, ୨୧-୧୮ରେ ହରାଇ ସୟଦ୍ ମୋଦୀ ଇଣ୍ଟର୍‌ନ୍ୟାସ୍‌ନାଲ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ପଞ୍ଚମ ସିଡ୍ ପ୍ରଣୟ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ମାତ୍ର ୩୬ ମିନିଟ୍‌ରେ ବୋସ୍‌ନିଉକ୍‌ଙ୍କୁ ମାତ୍ ଦେଇଥିଲେ ।  ପରବର୍ତ୍ତୀ ରାଉଣ୍ଡ୍‌ରେ ସେ ନିଜ ଦେଶର ପ୍ରୟାଂଶୁ ରାଜାୱତ୍‌ଙ୍କୁ ଭେଟିବେ । ପ୍ରିୟାଂଶୁ ପ୍ରଥମ ରାଉଣ୍ଡ୍‌ରେ ରାହୁଲ ଯାଦବ ଚିଟ୍ଟାବୋଇନାଙ୍କଠାରୁ ୱାକ୍‌ଓଭର୍ ପାଇଥିଲେ । ତେବେ ଚତୁର୍ଥ ସିଡ୍ ଭାରତର ସମୀର ବର୍ମା ଆୟର୍ଲାଣ୍ଡ୍‌ର ଏନ୍‌ହାଟ୍ ଏନ୍‌ଗୁୟେନ୍‌ଙ୍କ ବିପକ୍ଷ ମ୍ୟାଚ୍‌ରେ ରିଟାୟର୍ଡ ହର୍ଟ ହୋଇ ବିଦାୟ ନେଇଛନ୍ତି ।

ଗତବର୍ଷ ଅକ୍ଟୋବରରେ ମାଂସପେଶୀରେ ଲାଗିଥିବା ଆଘାତରେ ଯନ୍ତ୍ରଣା ହେବା ଯୋଗୁଁ ସେ ମ୍ୟାଚ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଶୁଭଙ୍କର ଦେ ମଧ୍ୟ ମ୍ୟାଚ୍ ଆଧାରୁ ଓହରି ଯାଇଛନ୍ତି । ନିଜ ଦେଶର କାର୍ତ୍ତିକେୟ ଗୁଲଶନ୍ କୁମାରଙ୍କ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଗେମ୍‌ରେ ୨-୯ରେ ପଛୁଆ ଥିôବାବେଳେ ଶୁଭଙ୍କର ଏହି ନିଷ୍ପତ୍ତି ନେଇଥିଲେ । ମହିଳା ଖେଳାଳିଙ୍କ ମଧ୍ୟରେ ଭାରତର ଅସ୍ମିତା ଚଲିହା  ପ୍ରଥମ ରାଉଣ୍ଡ୍‌ରେ ମାଳବିକା ବନ୍‌ସୋଡ୍‌ଙ୍କୁ ୱାକ୍‌ଓଭର୍ ଦେଇଥିବା ବେଳେ ଆକର୍ଷି କଶ୍ୟପ ୨୧-୧୩, ୨୧-୧୪ରେ ମୁଗ୍ଧା ଆଗ୍ରେଙ୍କ ହରାଇ ଦେଇଛନ୍ତି । ଋତୁପର୍ଣ୍ଣା ଦାସଙ୍କ ବିପକ୍ଷରେ ଅନୁପମା ଉପାଧ୍ୟାୟ ସହଜ ବିଜୟ ହାସଲ କରିଛନ୍ତି । ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ଟପ୍ ସିଡ୍ ପିଭି ସିନ୍ଧୁ ବୁଧବାର ନିଜ ଦେଶର ତାନ୍ୟା ହେମନ୍ତଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଅନ୍ୟପକ୍ଷରେ ଲଣ୍ଡନ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜୟିନୀ ଚତୁର୍ଥ ସିଡ୍ ସାଇନା ନେହ୍ୱାଲ୍ ପ୍ରଥମ ରାଉଣ୍ଡ୍‌ରେ ଚେକ୍ ଗଣରାଜ୍ୟର ଟେରେଜା ସ୍ୱାଭିକୋଭାଙ୍କ ବିପକ୍ଷରେ ନିଜ ଫିଟ୍‌ନେସ୍ ପରୀକ୍ଷା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking