28.1 C
Bhubaneswar
Thursday, March 28, 2024
Homeଓଡିଶାସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ପୁରୀ: କରୋନା ଲକଡ଼ାଉନ୍ ସମୟରେ ପ୍ରକୃତ ଯୋଦ୍ଧା ପାଲଟିଛନ୍ତି ସଫେଇ କର୍ମଚାରୀମାନେ। ପୁରୀ ପୌରସଂସ୍ଥାରେ ଅଳ୍ପ କିଛି ପାରିଶ୍ରମିକରେ କାର୍ଯ୍ୟରତ ଏହି କର୍ମଚାରୀ ମାନେ ଦିନରାତି ସଫେଇ କାର୍ଯ୍ୟରେ ଲାଗିଛନ୍ତି। ସମସ୍ତେ ଘରେ ଲକଡ଼ାଉନରେ ରହି ନିଜକୁ ସୁରକ୍ଷିତ ରଖିଥିବା ବେଳେ ଏମାନେ କିନ୍ତୁ ଆଗକୁ ଆସିଛନ୍ତି ଜନସାଧାରଣଙ୍କ ସେବା ପାଇଁ। ସେମାନଙ୍କୁ ଆଜି ଜଗନ୍ନାଥ ସେନା ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସହରରେ କାର୍ଯ୍ୟରତ ୨ ଶହରୁ ଉର୍ଦ୍ଧ ସଫେଇ କର୍ମଚାରୀମାନଙ୍କୁ ମାଗଣାରେ ସାନିଟାଇଜର, ମାସ୍କ, ଗାମୁଛା ଓ ଅନ୍ୟନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏଥିରେ ଜଗନ୍ନାଥ ସେନା, ପୁରୀ ଡ଼୍ରଗ ଆସୋସିଏସନ, ସଚେତନ ନାଗରିକ ମଞ୍ଚର ପ୍ରତିନିଧି ମାନେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking