କେପ୍ଟାଉନ: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର୍ ସୁଜି ବେଟ୍ସ ଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି । ଆଇସିସି ମହିଳା ଟି-୨୦ ବିଶ୍ୱକପ୍ରେ ଏକ ହଜାର ରନ୍ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ଶୁକ୍ରବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହି ମ୍ୟାଚ୍ରେ ସେ ୮୧ ରନ୍ର ଅପରାଜିତ ଇନିଂସ୍ ଖେଳି ଦଳକୁ ବିଜୟୀ କରାଇଥିଲେ । ସେହିପରି ଉଭୟ ପୁରୁଷ ଏବଂ ମହିଳା ଟି-୨୦ ବିଶ୍ୱକପ୍ରେ ଏକ ହଜାର ପୂରଣ କରିବାରେ ସେ ତୃତୀୟ ଖେଳାଳି ହୋଇଛନ୍ତି ।
୩୫ ମ୍ୟାଚ୍ରେ ସେ ୧୦୧୦ ରନ୍ କରିଥିବା ବେଳେ ଭାରତର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ଓଭର୍ଅଲ୍ ତାଲିକା ଶୀର୍ଷରେ ରହିଛନ୍ତି । କୋହଲି ୨୭ ମ୍ୟାଚ୍ର ୨୫ ଇନିଂସ୍ରେ ୧୧୪୧ ରନ୍ କରିଛନ୍ତି । ଏହା ମଧ୍ୟରେ ୧୪ଟି ଅର୍ଦ୍ଧଶତକ ସାମିଲ । ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୩୧ ମ୍ୟାଚ୍ରେ ଏକ ଶତକ ଏବଂ ୬ ଅର୍ଦ୍ଧଶତକ ସହ ୧୦୧୬ ରନ୍ କରି ଓଭର୍ ଅଲ୍ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ।