40.1 C
Bhubaneswar
Thursday, April 25, 2024
Homeଅପରାଧଡାହାଣୀ ସନ୍ଦେହରେ ବୋହୁକୁ ତୀର ମାଡ଼ ଘଟଣା, କକାଶ୍ୱଶୁର ଗିରଫ

ଡାହାଣୀ ସନ୍ଦେହରେ ବୋହୁକୁ ତୀର ମାଡ଼ ଘଟଣା, କକାଶ୍ୱଶୁର ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ଅନ୍ତର୍ଗତ ରାଧାନଗର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଡାହାଣୀ ସନ୍ଦେହରେ ତୀରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ରାଧାନଗର ଗ୍ରାମର ଶୁକ୍ରମଣି ପୂର୍ତ୍ତି (୩୧)ଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କ ନିଜ କକାଶ୍ୱଶୁର ରରୁମନ ପୂର୍ତ୍ତି (୬୩) ତୀରମାଡ଼ କରିଥିବା ଅଭିଯୋଗ ହୋଇଛି । ଶୁକ୍ରମଣିଙ୍କ କହିବା ଅନୁସାରେ କକାଶ୍ୱଶୁରଙ୍କ ଘରେ ବାରମ୍ବାର ଜ୍ୱର ଓ ରୋଗ ହେଉଥିବାରୁ ସେ ଶୁକ୍ରମଣିଙ୍କ ପାଇଁ ଏଭଳି ହେଉଥିବା ସନ୍ଦେହ କରି ଏପରି ଅଭାବନୀୟ ଘଟଣା ଘଟାଇଛନ୍ତି । ଗୁରୁବାର ସନ୍ଧ୍ୟା ୬ଟା ସମୟରେ ଶୁକ୍ରମଣି ହାଟରୁ ଫେରୁଥିବା ସମୟରେ ତାଙ୍କ କକାଶ୍ୱଶୁର ତାଙ୍କୁ ତୀର ମାରିଥିଲେ । ତୀରଟି ଶୁକ୍ରମଣିର ପେଟରେ ଲାଗିଥିବା ବେଳେ ସେ ଗୁରୁତର ଆହତ ହୋଇପଡ଼ିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାର ଅଭିଯୋଗ ପରେ ପୁଲସ ତଦନ୍ତ ଆରମ୍ଭ କରି ରରୁମନକୁ ଗିରଫ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଶୁକ୍ରମଣିର ଚିକିତ୍ସା ରାଇରଙ୍ଗପୁର ମେଡିକାଲରେ ଚାଲିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking