30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରିୟାଙ୍କୁ ଏନସିବି ସମନ୍‌

ରିୟାଙ୍କୁ ଏନସିବି ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ଆସୁଥିବା ଦେଖିବାକୁ ମିଳିଛି । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସମନ ଜାରି କରିଛି । ମୁମ୍ବାଇ ଘରେ ପହଂଚି ରିୟାଙ୍କୁ ସମନ ଦେଇଛି ଏନସିବି ଟିମ୍ । ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଜେରା ପାଇଁ ରିୟାଙ୍କୁ ସମନ ଜାରି କରାଯାଇଛି । ତେବେ ରିୟା ଆଜି ସକାଳ ୧୦ଟା ୩୦ରେ ଏନସିବିରେ ହାଜର ହେବା ନେଇ ସୂଚନା ମିଳିଛି । ଦିନ ୧୧ଟା ପୂର୍ବରୁ ରିୟା ପହଂଚିବେ ଏବଂ ତା ପରେ ଜେରା ଆରମ୍ଭ କରାଯିବ । ଶୁକ୍ରବାର ଦିନ ରିୟାଙ୍କ ଘରେ ରେଡ ହେବାଠାରୁ ଆରମ୍ଭ କରି ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଗିରଫ ଏବଂ ରିମାଣ୍ଡ ଭଳି ବଡ ପଦକ୍ଷେପ ନେଇସାରିଛି ଏନସିବି । ଖାଲି ଏତିକି ନୁହେଁ, ସିବିଆଇ ଓ ଇଡି ମଧ୍ୟ ଆହି ମାମଲାର ତଦନ୍ତରେ ଲାଗିପଡିଛନ୍ତି । ସୁଶାନ୍ତଙ୍କ ନିକଟତର ବ୍ୟକ୍ତିଙ୍କୁ ଏବେ ପଚାରଉଚୁରା ଜାରି ରହିଛି । ହେଲେ ଏହି କେସର ମୁଖ୍ୟ ଆରୋପୀ ହେଉଛନ୍ତି ରିୟା ଚକ୍ରବର୍ତ୍ତୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking