30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଦ୍ୱିତୀୟ ଦିନରେ ରିୟାଙ୍କୁ ସିବିଆଇ ଜେରା

ଦ୍ୱିତୀୟ ଦିନରେ ରିୟାଙ୍କୁ ସିବିଆଇ ଜେରା

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ଏବେ ତଦନ୍ତ ଜୋରସୋରରେ ଚାଲିଛି । ଜେରାର ଦ୍ୱିତୀୟ ଦିନରେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଜେରା ଆରମ୍ଭ ହୋଇଯାଇଛି । ଜେରା ପାଇଁ ରିୟା ଏବେ ଡିଆରଡିଓ ଗେଷ୍ଟ ହାଉସରେ ପହଂଚି ସାରିଛନ୍ତି । ତଦନ୍ତକାରୀ ଟିମ ସେଠାରେ ରହିଛନ୍ତି । ତେବେ ମୁମ୍ବାଇ ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ, ସିବିଆଇ ନିର୍ଦ୍ଦେଶରେ ରିୟାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ଏଠାରେ କହି ରଖୁଛୁ ଯେ, ସିବିଆଇ ତଦନ୍ତର ଆଜି ହେଉଛି ନବମ ଦିନ । ଅନ୍ୟପଟେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ, ରୋଷେୟା ନିରଜଙ୍କ ସମେତ ଅନ୍ୟଜଣଙ୍କୁ ମଧ୍ୟ ଜେରା ଜାରି ରହିଛି । ଏହା ପୂର୍ବରୁ ପ୍ରଥମ ଥର ପାଇଁ ସିବିଆଇ ଶୁକ୍ରବାର ରିୟାଙ୍କୁ ପଚରା ଉଚରା କରିଥିଲା । ପ୍ରାୟ ୧୦ ଘଣ୍ଟା ଧରି ରିୟାଙ୍କୁ ଗତକାଲି ଜେରା ହୋଇଥିଲା । ତେବେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ରିୟା ପ୍ରବର୍ତ୍ତାଇଥିବା ଅଭିଯୋଗ ରିୟାଙ୍କ ଉପରେ ଲାଗିଛି । ସେହିପରି ଗୁରୁବାର ଦିନ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking