ଏନସିବି ଆଗରେ ଡ୍ରଗ୍ସ ଚାଟ କଥା ମାନିଲେ ଦୀପିକା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ ପରେ ଆସୁଛି ଟ୍ୱିଷ୍ଟ । ଏନସିବି ଏବେ ସତ ଓଗାଳିବାରେ ଲାଗିଛି । ସୁଶାନ୍ତଙ୍କ ମୃତ୍ୟୁ ଏବେ ବଲିଉଡରେ କାରବାର ଡ୍ରଗ୍ସ ଚେର ପର୍ଯ୍ୟନ୍ତ ଟାଣି ନେଲାଣି । ଏହାରି ଭିତରେ ଦୀପିକା ପାଦୁକୋନଙ୍କୁ ଏନସିବିର ମାରାଥନ ଜେରା ଶେଷ ହୋଇଛି । ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ସାଢେ ୫ ଘଣ୍ଟା ଏନସିବି ପଚରାଉଚୁରା କରିଥିବା ଜଣାପଡିଛି । ଦୀପିକାଙ୍କୁ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ମୁହାଁମୁହିଁ ଜେରା କରିଛି । ଆଉ ଡ୍ରଗ୍ସ ଚାଟ ସଂପର୍କରେ ଏନସିବି ଆଗରେ ଦୀପିକା ବି ମାନିଛନ୍ତି । ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଥିବା ନେଇ ମଧ୍ୟ ଦୀପିକା ମାନିଛନ୍ତି । ତେବେ ଏନସିବିକୁ ଦୀପିକା ସନ୍ତୋଷଜନକ ଉତ୍ତର ଦେଇନଥିବା ସୂଚନା ମିଳିଛି । ଏନସିବି ସାମ୍ନାରେ ଦୀପିକା ପାଦୁକୋନ ଏହି ବଡ଼ ସ୍ୱୀକାରୋକ୍ତିି କରିଛନ୍ତି । ୨୦୧୭ରେ ହେସ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବା ପାଇଁ କହିଥିଲେ ମ୍ୟାନେଜର କରିସ୍ମା । ପଦ୍ମାବତ ଫିଲ୍ମ ପରେ ମୁମ୍ବାଇ କୋକୋ ରେଷ୍ଟୁରାଣ୍ଟରେ ଡ୍ରଗ୍ସ ପାର୍ଟି ହୋଇଥିବା ନେଇ ସେ ମାନିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଜି ଦିନ ୧୦ଟାରୁ ଏନସିବିର ୫ଜଣିଆ ଟିମ୍ ଡ୍ରଗ୍ସ ମାମଲା ନେଇ ମ୍ୟାନେଜର କରିସ୍ମା ଓ ଦୀପିକାଙ୍କୁ ପଚରା ଉଚରା କରୁଥିଲା ।

LEAVE A REPLY

Please enter your comment!
Please enter your name here