28.1 C
Bhubaneswar
Friday, March 29, 2024
Homeଓଡିଶା୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି; ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ...

୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି; ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର, ୧୨ /୧୧: ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର । ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । ଏହିମଞ୍ଜି ଅଟକିଥିବା ଯୋଗୁଁ ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା । ବରଗଡ ଜିଲ୍ଲା ଅତାବିରା ଅଂଚଳର ହେମଲତା ଯାଦବ ନାମକ ଏହି ୧୨ ମାସର ଶିଶୁ କନ୍ୟାଟି ଗତ ଅକ୍ଟୋବର ୩୦ ତାରିଖ ଦିନ ଘରେ ଖେଳୁଥିବା ସମୟରେ ଭୁଲବଶତଃ ଆତ ମଞ୍ଜିଟିକୁ ଗିଳି ଦେଇଥିଲା ଯାହାକି ତା’ର ଶ୍ୱାସନଳୀରେ ଅଟକି ଯାଇଥିଲା । ଏହା ଦ୍ୱାରା ଶିଶୁଟିର ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିଥିଲା । ବ୍ୟସ୍ତ ବିବ୍ରତ ହୋଇ ତା’ର ବାପା-ମା ଶିଶୁଟିକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ତାକୁ ଅନ୍ୟ କୌଣସି ବଡ଼ ହସ୍ପିଟାଲକୁ ତୁରନ୍ତ ନେଇଯିବା ପାଇଁ କୁହାଯାଇଥିଲା । ଶିଶୁଟିକୁ ଦୀର୍ଘ ୧୦ ଦିନ ଧରି ବାପା-ମା ଅନେକ ହସ୍ପିଟାଲ୍ ଘୁରି ବୁଲିଥିଲେ ମଧ୍ୟ କେହି ତା’ର ସଫଳ ଚିକିତ୍ସା କରିପାରି ନଥିଲେ । ଶେଷରେ ସେମାନେ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଆସିଥିଲେ । ଗୁରୁତର ଅବସ୍ଥାରେ ଶିଶୁଟି ସମ୍ମମ୍‌ରେ ଭର୍ତି ହୋଇଥିଲା ଓ ପରୀକ୍ଷାରୁ ତା’
ଶରୀରରେ ରକ୍ତହୀନତା ଥିବା ତଥା ସେ ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣାପଡିଥିଲା । ସମସ୍ତ ପରୀକ୍ଷା ନୀରିକ୍ଷା ପରେ ସମ୍ମମ୍‌ର ଇଏନ୍‌ଟି ଏବଂ ସ୍କଲ ବେସ୍ ସର୍ଜରୀର ମୁଖ୍ୟ ଡ. ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଶିଶୁର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତି ନେଇଥିଲେ । ତେବେ ଗୁରୁତର ଅବସ୍ଥାରେ ଥିବା ଶିଶୁଟିକୁ ନିଶ୍ଚେତକ ଦେଇ ଅପରେସନ୍ କରିବା ଖୁବ୍ ବଡ୍ ଆହ୍ୱାନ ଥିଲା । ତେବେ ଡ. ସାହୁ ଏବଂ ସମ୍ମମ୍‌ର ସିନିୟର ଆନେସ୍‌ଥେସିଆ ବିଭାଗର କନ୍‌ସଲ୍‌ଟାଂଟ ଡ. ଦୀପଙ୍କର ପଢ଼ିହାରୀ ଏବଂ ନିଶ୍ଚେତକ ଟିମ୍ ଶିଶୁଟିର ଜୀବନ ବଂଚାଇବା ପାଇଁ ଏହି ଅପରେସନ୍‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ । ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋରସେପ୍ ବ୍ୟବହାର କରାଯାଇ ଶିଶୁର ଶ୍ୱାସନଳୀରୁ ସଫଳତାର ସହ ଏକ ବଡ ଆତ ମଞ୍ଜି ବାହାର କରାଯାଇଥିଲା । ଏହି ବୟସର ଶିଶୁଙ୍କର ଅମ୍ଳଜାନ ସ୍ତର ଖୁବ୍ ଶୀଘ୍ର କମିଯାଉଥିବାରୁ ସେମାନଙ୍କୁ ଆନେସ୍‌ଥେସିଆ ପ୍ରୟୋଗ କରିବା ସମସ୍ୟା ଜଡିତ ବୋଲି ଡ. ସାହୁ କହିଥିଲେ । ନିକଟରେ ଡ. ସାହୁ ଏହିଭଳି ଅନେକ ଜଟିଳ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରି ଛୋଟ ଛୋଟ ଶିଶୁଙ୍କର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି । ଏଭଳି ପ୍ରକ୍ରିୟାରେ ଅସ୍ତ୍ରୋପଚାର କରିବାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଖୁବ୍ ସଫଳ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking