37.1 C
Bhubaneswar
Thursday, March 28, 2024
Homeଓଡିଶାଆତ୍ମାହୁତି ଧମକ ଦେଲେ ବିଧାୟକ ସୁରେଶ ରାଉତରାୟ, କଣ ପାଇଁ ?

ଆତ୍ମାହୁତି ଧମକ ଦେଲେ ବିଧାୟକ ସୁରେଶ ରାଉତରାୟ, କଣ ପାଇଁ ?

ଭୁବନେଶ୍ୱର – ଜଟଣୀ ଅଂଳରେ ୨୭ଟି ଗ୍ରାମର ସ୍ଥିତିବାନ ସଂପତିକୁ ୨୦୧୨ମସିହାରେ
ହଠାତ ଜଗନ୍ନାଥ ଜମି କହି ଜନସାଧାରଣଙ୍କୁ ସରକାରୀ ଯୋଜନା ଯଥା: ସ୍କୁଲ ଘର, ଡାକ୍ତରଖାନା,
ଅଙ୍ଗନବାଡ଼ି, ଆରଆଇ ଅଫିସ, ରାସ୍ତା, ପୋଖରୀ, ଇନ୍ଦିରା ଆବାସ, ବିଜୁପକ୍କାଘର ଏପରିକି ବାତ୍ୟା
ସହଯୋଗରୁ ମଧ୍ୟ ବଂଚିତ କରାଯାଇଛି । ଉକ୍ତ ଜମିକୁ ବିକ୍ରୟ କିମ୍ବାବନ୍ଧକ ସୁତ୍ରରେ ବ୍ୟବହାର କରି,
ସୁଧଘର, ଝିଅ ବାହାଘର, ଉଚ୍ଚ ଶିକ୍ଷା, ନୂତନ ଗୃହ ନିର୍ମାଣରୁ ବଂଚିତ ହୋଇ ବହୁ ଅସୁବିଧାରେ
କାଳତିପାତ କରୁଛନ୍ତି । ଜନସାଧାରଣଙ୍କ ଅସୁବିଧାକୁ ବିଚାରକୁ ନେଇ ମାନ୍ୟବର ହାଇକୋର୍ଟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ଶିଥିଳ ଗତିରେ ଚାଲିଛି ।
ଭୁବନେଶ୍ୱରରୁ ସମସ୍ତ ଅଳିଆ ଆବର୍ଜନାକୁ ଦାରୁଠେଙ୍ଗ ଠାରେ ଡମ୍ପିଂକୟାଡ଼ରେ ପକାଇବା ଦ୍ୱାରା
ଦାରୁଠେଙ୍ଗ, ଯୁଯୋଗଡ଼ ଅଂଚଳବାସୀ ବାୟୁପ୍ରଦ୍ୟୁଷଣ, ଜଳପ୍ରଦ୍ୟୁଷଣ ଦ୍ୱାରା ଚର୍ମରୋଗ, ଶ୍ୱାସରୋଗ,
ଅଜଣା ଜ୍ୱରରେ ବହୁଲୋକ ଆକ୍ରାନ୍ତ ହେଉଛନ୍ତି । ଉକ୍ତ ପ୍ରଦୁଷଣ ଦ୍ୱାରା ନନ୍ଦନ କାନନ, ଚନ୍ଦକା
ଅଭୟାରଣ୍ୟରେ ଥିବା ହାତୀ, ବାଘ, ସିଂହ, ହରିଣ, ମୟୁରପକ୍ଷୀ ଇତ୍ୟାଦି ବହୁ ପଶୁପକ୍ଷୀ ରୋଗାକ୍ରାନ୍ତ
ହୋଇ ମୃତ୍ୟୁବରଣ କରିଥିବା ସରକାରଙ୍କ ଜ୍ଞାତସାରରେ ଘଟିଛି ।
ଜଟଣୀ ନିର୍ବାଚନ ମଣ୍ଡଳୀର ଉକ୍ତ ଦୁଇଗୋଟି ସମସ୍ୟାର ଦାବୀ ଯଥା ଜଟଣୀ ଅଂଚଳର ସ୍ଥିତିବାନ
ଜମିକୁ ସ୍ଥିତିବାନ ସ୍ଥିତିକୁ ଫେରାଇ ଆଣିବା ଏବଂ ଦାରୁଠେଙ୍ଗ ଠାରେ ଥିବା ଡମ୍ପିଂକୟାର୍ଡ଼କୁ ସ୍ଥାନାନ୍ତର କରି
ଅଂଚଳବାସୀଙ୍କ ଦାବୀ ୩୫ ଦିନ ମଧ୍ୟରେ ସମାଧାନ ନକଲେ ଉକ୍ତ ଅଂଚଳବାସୀ ତା ୨୭.୦୧.୨୦୨୦
ରିଖ ସୋମବାର ଦିବା ୧୧ ଘଟିକା ସମୟରେ ନବୀନ ନିବାସ ଘେରାଉ ସହିତ ଆତ୍ମାହୁତି ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀଙ୍କ ନେତୃତ୍ୱରେ ସର୍ବଶ୍ରୀ ରବିନ୍ଦ୍ର ହରିଚନ୍ଦନ, ସଂଗ୍ରାମ କେଶରୀ ରାଉତରାୟ, ତପନ ଚକ୍ରବର୍ତୀ, ଗୋକୁଳି ସାମନ୍ତରାୟ, ନଗେନ ସିଂ, ତପନ ଶ୍ରୀଚନ୍ଦନ, ସୁନିଲ ରାଉତରାୟ, ବିଜୟ ଗୁଡୱାଡ, ଧନେଶ୍ୱର ରାଉତରାୟ, ପାଣୁ ମହାରଣା,
କୈବଲ୍ୟ ସାମନ୍ତରାୟ, ଲୁସେନ ରାୟ, ଅନନ୍ତ ବେହେରା, ପଦ୍ମଚରଣ ସୁବୁଦ୍ଧି, ନିଂକୁଞ୍ଜ ରାଉତରାୟ,
ସୁରେନ୍ଦ୍ର ମିଶ୍ର, ଦୁର୍ଗାଚରଣ ସାହୁ, ଟିଲୁ ପଟ୍ଟନାୟକ, ବିବି ବଡ଼ଜେନା, ଦେବ ପଟ୍ଟନାୟକ, ପାଟସାହାଣୀ
ବାବୁ, ଦିଲ୍ଲିପ ପ୍ରଧାନ, ସୁଧାଂଶୁ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ତପନ ବଳିଆରସିଂ, ନୌସୁର
ଅଲ୍ଲୀ, ପର୍ଶୁ ରାଉତରାୟ, ଦେବରାଜ ବେହେରା, କଂଗ୍ରେସ ଜେନା, ଅଜିତ୍ ଶ୍ରୀଚନ୍ଦନ, ଅଶୋକ
ମଂଗରାଜ, ବିଷ୍ଣୁ ସାହୁ, ସନ୍ତୋଷ ହରିଚନ୍ଦନ, ମିଟୁ ପାତ୍ର, ଅଖିଳ ପାହାଡ଼ ସିଂ, କୈବଲ୍ୟ ସାମନ୍ତରାୟ,
ସୁକାନ୍ତ ଛୋଟରାୟ, ଭାସ୍କର ବାହିନୀପତି, ସଚ୍ଚି ଚୌଧୁରୀ, ଗଗନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking