40.1 C
Bhubaneswar
Thursday, April 25, 2024
Homeଓଡିଶାସୁରେଶ ପୂଜାରୀ ହେଲେ କରୋନା ଆକ୍ରାନ୍ତ

ସୁରେଶ ପୂଜାରୀ ହେଲେ କରୋନା ଆକ୍ରାନ୍ତ

ବରଗଡ଼: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ସାଂସଦ ଏବେ କରୋନା କବଜାକୁ ଚାଲିଆସିଛନ୍ତି । ବରଗଡ ସାଂସଦ ସୁରେଶ ପୂଜାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ସୁରେଶ ପୂଜାରୀ । ବର୍ତ୍ତମାନ ସେ ହୋମ ଆଇସୋଲେସନରେ ରହିଛନ୍ତି ଓ ସୁସ୍ଥ ହୋଇଛନ୍ତି ।

ତେବେ କରୋନା ଲକ୍ଷଣ ନଥିଲେ ମଧ୍ୟ ସାଂସଦ ଟେଷ୍ଟ କରାଇଥିଲେ । ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଥିବା ଜିଲ୍ଲାପାଳ ମଧ୍ୟ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଖାଲି ସୁରେଶ ପୂଜାରୀ ନୁହନ୍ତି, ଏହା ପୂର୍ବରୁ  ନୀଳଗିରି, ରେମୁଣା ଓ ସାଲେପୁର ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହିପରି ବିଜେପିର ବରିଷ୍ଠ ନେତା ତଥା  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପା କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସାଧୀନ ଅଛନ୍ତି। ନିକଟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ  ଶିବରାଜ ସିଂହ ଚୌହାନ କରୋନାରେ ଆରୋଗ୍ୟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking