ପରଲୋକରେ ସୁରେଖା ସିକ୍ରି

ମୁମ୍ବାଇ : ଆଉ ନାହାଁନ୍ତି ହିନ୍ଦ ସିରିଏଲର ୭୫ ବର୍ଷୟ ଜଣାଶୁଣା କଳାକାର ‘ସୁରେଖା ସିକ୍ରି’ । ସୂଚନା ଅନୁଯାୟୀ, ମୁମ୍ବାଇର ଏକ ମେଡିକାଲରେ ଚିକତ୍ସାଧୀନ ଥିବାବେଳେ ଆଜି ସକାଳେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ମ୍ୟାନେଜର ଗଣମାଧ୍ୟମକୁ କହିଛନ୍ତି ଯେ ଦ୍ୱିତୀୟ ବ୍ରେନ୍ ଷ୍ଟ୍ରୋକ୍ ପରେ ସୁରେଖା ବହୁତ ଚିନ୍ତାରେ ଥିଲେ । ବ୍ରେନ୍ ଷ୍ଟ୍ରୋକ୍ ପରେ ସୁରେଖାଙ୍କ ସ୍ୱାସ୍ଥ୍ୟରେ ଏତେଟା ସୁଧାର ଆସିନଥିଲା । ତାଙ୍କ ଉପରେ ଚିକିତ୍ସାର ବିଶେଷ ପ୍ରଭାବ ପଡୁ ନଥିଲେ । ସେ ଦିନ କୁ ଦିନ ଅସୁସ୍ଥ ହୋଇ ପଡୁଥିଲେ ।

ବ୍ରେନ୍ ଷ୍ଟ୍ରୋକ୍ ହେତୁ ସୃଷ୍ଟି ହୋଇଥିବା ଜମାଟକୁ ଚିକିତ୍ସା ଦ୍ୱାରା ବାହାର କରାଯାଇଥିଲା ବୋଲି ତାଙ୍କ ମ୍ୟାନେଜର କହିଛନ୍ତି । ସୁରେଖା ସିକ୍ରିଙ୍କ ଏକ ମାସର ଔଷଧ ଖର୍ଚ୍ଚ ୨ ଲକ୍ଷରୁ ଅଧିକ ଥିଲା । ସୁରେଖାଙ୍କୁ ଦୁଇଥର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ତାଙ୍କୁ ପ୍ରଥମେ ୨୦୧୮ ରେ ଏକ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଯାହାଦ୍ୱାରା ସୁରେଖା ପାରାଲିସିସରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ସେ ସେଥିରୁ ଶୀଘ୍ର ସୁସ୍ଥ ହୋଇଯାଇଥିଲେ । ସେ ତାପର ଠାରୁ ଆଉ ଟିଭିରେ ଅଧିକ କାମ କରିନଥିଲେ । ଯାହାଦ୍ୱାରା ତାଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଥିଲା । ଲୋକପ୍ରିୟ ସିରିଏଲ ବାଳିକା ବଧୁରେ ‘ଦାଦି ସା’ ଭୂମିକାରେ ଅଭିନୟ କରି ଲୋକମାନଙ୍କର ଅନେକ ଭଲପାଇବା ସାଉଁଟିଥିଲେ । ସୁରେଖା ନିଜର ଦମଦାର ଆକ୍ଟିଙ୍ଗ ପାଇଁ ଘରେ ଘରେ ପରିଚିତ ହୋଇ ପାରିଥିଲେ । ସେ ନିଜ କଳାକାର ଜୀବନରେ ଲୋକପ୍ରିୟ କଳାକାର ଭାବେ ଅନେକ ଆୱାର୍ଡ ବା ସମ୍ମାନ ହାସଲ କରିଛନ୍ତି । ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ସେ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here