33.1 C
Bhubaneswar
Wednesday, April 24, 2024
Homeଓଡିଶାସ୍ଥିତି ହେଲାଣି ସାଙ୍ଘାତିକ,ତଥାପି ଅମାନିଆ ହେଉଛନ୍ତି ପ୍ରବାସୀ ଶ୍ରମିକ

ସ୍ଥିତି ହେଲାଣି ସାଙ୍ଘାତିକ,ତଥାପି ଅମାନିଆ ହେଉଛନ୍ତି ପ୍ରବାସୀ ଶ୍ରମିକ

ଭୁବନେଶ୍ୱର : କିଛି ଦିନ ହେବ ଓଡିଶାବାସୀଙ୍କ ଚିନ୍ତାର କାରଣ ସାଜିଛନ୍ତି ସୁରତ ଫେରନ୍ତା । ରାଜ୍ୟ ସରକାର ନିଜ ରାଜ୍ୟକୁ ଶ୍ରମିକମାନଙ୍କୁ ଫେରାଇ ଆଣିବା ପରେ ଓଡିଶାରେ ହୁ ହୁ ହେଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କିନ୍ତୁ ଯେତେ ସଚେତନ କଲେ ମଧ୍ୟ କିଛି ଅଭ୍ୟାସଗତ ଅମାନିଆ ପ୍ରବାସୀ ଶ୍ରମିକଙ୍କ ଉପରେ କିଛି ଫରକ ପଡୁନାହିଁ। କେଉଁଠି ସଙ୍ଗରୋଧ କେନ୍ଦ୍ରରେ ସବୁ ଅନ୍ତେବାସୀ ଏକାଠି ହୋଇ ନାଚ ଗୀତରେ ମସଗୁଲ ହେଉଯାଉଛନ୍ତି ତ ଆଉ କେଉଁଠି କ୍ବାରେଣ୍ଟାଇନ କେନ୍ଦ୍ର ବାହାରେ ଏଣେ ତେଣେ ବୁଲୁଛନ୍ତି। ସବୁ ଘଟଣା ଠାରୁ ବଳି ପଡିଛି ଅନୁଗୁଳର ଟ୍ରେନରୁ ଫେରାର ଘଟଣା। ସୁରତରୁ ଟ୍ରେନରେ ଆସୁଥିବା ବେଳେ ଅନୁଗୁଳ ନିକଟରେ ଟ୍ରେନ ଚେନ ଟାଣି ଫେରାର ହୋଇଗଲେ ପ୍ରାୟ ୧୦ ଓଡ଼ିଆ। ଅନୁଗୁଳର ମଝିକା ନିକଟରେ ଘଟିଛି ଏହି ଅଘଟଣ। ଏମାନଙ୍କ ମଧ୍ୟ କିଛି ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଛନ୍ତି। ତେବେ ସରକାର ଏତେ ସବୁ ସୁବିଧା କରିଥିଲେ ମଧ୍ୟ ସଙ୍ଗରୋଧ କେନ୍ଦ୍ରକୁ ଜେଲଖାନା ଭାବି ଏଭଳି ଗୋଟିଏ ପରେ ଗୋଟିଏ ବିପଦପୂର୍ଣ୍ଣ କାର୍ଯ୍ୟ  କରିଚାଲୁଛନ୍ତି ପ୍ରବାସୀ ଶ୍ରମିକ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking