34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସୁପ୍ରିମକୋର୍ଟ ପ୍ୟାନେଲ୍ ରିପୋର୍ଟ: ୨୦୧୯ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍‌

ସୁପ୍ରିମକୋର୍ଟ ପ୍ୟାନେଲ୍ ରିପୋର୍ଟ: ୨୦୧୯ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍‌

ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ପାଇଁ ସୁପାରିସ
ନୂଆଦିଲ୍ଲୀ : ତେଲେଙ୍ଗାନାର ହାଇଦ୍ରାବାଦରେ ୨୦୧୯ରେ ହୋଇଥିବା ଡାକ୍ତର ଦିଶା ଦୁଷ୍ମର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର୍‌କୁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ୟାନେଲ୍ ଫେକ୍ (ମିଥ୍ୟା) ବୋଲି କହିଛନ୍ତି । ଏହା ସହିତ ଏନ୍‌କାଉଣ୍ଟରରେ ସାମିଲ ୧୦ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ଚଳାଇବାକୁ ପ୍ୟାନେଲ୍ ସୁପାରିସ୍ କରିଛନ୍ତି । ଜଷ୍ଟିସ୍ ସିରପୁରକର ପ୍ୟାନେଲ୍ ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟ ଅନୁସାରେ ଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କର ଫେକ୍ ଏନ୍‌କାଉଣ୍ଟର କରାଯାଇଥିଲା । ଅଭିଯୁକ୍ତମାନେ ପୁଲିସଠାରୁ ପିସ୍ତଲ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିବା ଦାବି ମଧ୍ୟ ମିଥ୍ୟା ବୋଲି ପ୍ୟାନେଲ୍ ରିପୋର୍ଟରେ କହିଛନ୍ତି ।

ପୁଲିସ୍ ପକ୍ଷରୁ କରାଯାଇଥିବା ଦାବି ବିଶ୍ୱାସଯୋଗ୍ୟ ନୁହେଁ ଏବଂ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଏହାକୁ ସ୍ପଷ୍ଟ କରୁନାହିଁ ବୋଲି ପ୍ୟାନେଲ୍ କହିଛନ୍ତି । ରିପୋର୍ଟରେ କୁହାଯାଇଛି, ପୁଲିସ ଜାଣିଶୁଣି ଗୁଳି ଚଳାଇଛି ଏବଂ ଏଥିରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇପାରେ ବୋଲି ମଧ୍ୟ ଜାଣିଥିଲା । ତେଣୁ ଏହି ଏନ୍‌କାଉଣ୍ଟର୍ ଫେକ୍ ଏବଂ ପୁଲିସର ଦାବି ମିଥ୍ୟା ପ୍ରତୀତ ହେଉଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ଜଷ୍ଟିସ୍ ସିରପୁର୍‌କର କମିଶନ ସୁପ୍ରିମକୋର୍ଟରେ ଏହି ଏନ୍‌କାଉଣ୍ଟର ମାମଲାରେ ୩୮୭ ପୃଷ୍ଠାର ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । ସିଲ୍ ଲଫାପାରେ ଦାଖଲ ହୋଇଥିବା ଏହି ରିପୋର୍ଟକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା ଓ ଜଷ୍ଟିସ୍ ହିମା କୋହଲିଙ୍କ ବେଞ୍ଚ୍ ଶୁକ୍ରବାର ଏହାକୁ ସାର୍ବଜନୀନ କରିଥିଲେ ।

ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ୨୭ ତାରିଖରେ ସ୍କୁଟର୍ ଚକା ପଙ୍କଚର୍ ହୋଇଯିବାରୁ ଜଣେ ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସକ ଏକ ଟୋଲ୍ ପ୍ଲାଜା ନିକଟରେ ଅପେକ୍ଷା କରିଥିବା ବେଳେ ତାଙ୍କୁ କିଡ୍‌ନାପ୍ କରିନେଇ ଚାରିଜଣ ଅଭିଯୁକ୍ତ ଦୁଷ୍କର୍ମ ପରେ ହତ୍ୟା କରିଥିଲେ । ଏହାପରେ ତାଙ୍କର ଶବକୁ ପୋଡ଼ି ଏକ ପୋଲ ତଳେ ପକାଇ ଦେଇଥିଲେ । ପୁଲିସ ଏହି ମାମଲାରେ ଚାରିଜଣଙ୍କୁ ଗିରଫ କରିଥିଲା । ସେହିବର୍ଷ ଡିସେମ୍ବର ୬ ତାରିଖରେ ପ୍ରମାଣ ଯୋଗାଡ଼ ପାଇଁ ସିନ୍ ରିକ୍ରିଏନ୍ ପାଇଁ ସେମାନଙ୍କ ଅପରାଧସ୍ଥଳକୁ ନେଇଥିବା ବେଳେ ସେମାନଙ୍କର ଏନ୍‌କାଉଣ୍ଟର୍ କରିଥିଲା । ଏହି ଏନ୍‌କାଉଣ୍ଟର୍‌କୁ ନେଇ ପ୍ରଶ୍ନ ଉଠିବା ପରେ କୋର୍ଟ ସୁପ୍ରିମକୋର୍ଟର ଜଣେ ପୂର୍ବତନ ଜଜ୍ ଜଷ୍ଟିସ୍ ବିଏସ୍ ସିରପୁକର୍‌ଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ୍ ଗଠନକରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ୟାନେଲ୍‌ରେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ଜଷ୍ଟିସ୍ ରେଖା ବାଲଦୋତା ଏବଂ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଡିଆର୍ କାର୍ତ୍ତିକେୟନ୍ ମଧ୍ୟ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking