34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅବିବାହିତାଙ୍କୁ ଗର୍ଭପାତ ଆଇନ ପରିସର କରିବା ସପକ୍ଷରେ ସୁପ୍ରିମକୋର୍ଟ

ଅବିବାହିତାଙ୍କୁ ଗର୍ଭପାତ ଆଇନ ପରିସର କରିବା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗର୍ଭପାତ ଆଇନ କ୍ଷେତ୍ରରେ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ବାଛବିଚାର କରାଯିବା ଉଚିତ୍ ନୁହେଁ । ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ (ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ)ରୁ ବାଦ୍ ଦିଆଯିବା ଦ୍ୱାରା ସେମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତା କ୍ଷୁଣ୍ଣ ହେଉଛି । ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଜେବି ପର୍ଡିୱାଲଙ୍କୁ ନେଇ ଗଠିତ ପୀଠ ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ ପରିସରଭୁକ୍ତ କରିବା ସପକ୍ଷରେ ମତ ଦେବା ପୂର୍ବକ ଏହା କହିଛନ୍ତି ।

ବିଚାରପତି ଦ୍ୱୟ କହିଛନ୍ତି ଯେ ଲିଭ ଇନ୍ ରିଲେସନ କିମ୍ବା ଅନ୍ୟ କୌଣସି କାରଣରୁ ଗର୍ଭଧାରଣ କରୁଥିବା ଅବିବାହିତ ମହିଳାଙ୍କୁ ୨୦ ସପ୍ତାହ ପରେ ଗର୍ଭପାତ ଲାଗି ଅନୁମତି ଦିଆଯିବା ଦରକାର । ଏପରିକି ଡାକ୍ତରୀ ଦଳର ପରାମର୍ଶ ଆଧାରରେ ଅବିବାହିତାଙ୍କୁ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭସ୍ଥ ଭ୍ରୂଣର ଗର୍ଭପାତ କରାଇବାକୁ ଅନୁମତି ଦିଆଯିବା ଉଚିତ୍ ।

ମାତ୍ର ଆମ ଦେଶର ଗର୍ଭପାତ ଆଇନ ଅନୁଯାୟୀ ଅବିବାହିତାଙ୍କୁ ୨୦ ସପ୍ତାହ ପରେ ଭ୍ରୂଣ ଗର୍ଭପାତ ପାଇଁ ଅନୁମତି ଦିଆଯାଉ ନାହିଁ । ଗର୍ଭପାତ ଆଇନ ଅନୁଯାୟୀ ବିବାହିତାଙ୍କୁ ୨୪ ସପ୍ତାହର ଭ୍ରୂଣକୁ ଅଦାଲତଙ୍କ ଅନୁମୋଦନ କ୍ରମେ ଗର୍ଭପାତ ଲାଗି ଅନୁମତି ଦିଆଯାଇଥାଏ । ଜୁଲାଇ ୨୧ରେ ଜଣେ ୨୫ବର୍ଷୀୟା ଅବିବାହିତାଙ୍କୁ ତାଙ୍କର ୨୪ ସପ୍ତାହର ଭ୍ରୂଣକୁ ଗର୍ଭପାତ ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking