28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏଲୋପାଥି ବିବାଦ: ଅରିଜିନାଲ ଭିଡିଓ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏଲୋପାଥି ବିବାଦ: ଅରିଜିନାଲ ଭିଡିଓ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଯୋଗଗୁରୁ ବାବା ରାମଦେବଙ୍କୁ ନିଜ ବିବାଦପୂର୍ଣ୍ଣ ବୟାନ ସହ ଜଡିତ ଭିଡିଓ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ଦିନରେ ବାବା ରାମଦେବ ଏଲୋପାଥି ଚିକିତ୍ସା ପଦ୍ଧତି  ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ମାମଲାରେ କିଛି ରାଜ୍ୟରେ ରାମଦେବଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା । ଯାହାକୁ ନେଇ ବାବା ରାମଦେବ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ ।
ମୁଖ୍ୟ ବିଚାରପତି ଏନବି ରାମନ୍ନା, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ଋଷିକେଶ ରାୟଙ୍କ ସଂଯୁକ୍ତ ବେଂଚ ରାମଦେବଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣୀ ବୁଧବାର କରିଥିଲେ । କୋଭିଡର ଚିକିତ୍ସା ଏଲୋପାଥିରେ ସମ୍ଭବ ନୁହେଁ, ଏମିତି କହିଥିବା ରାମଦେବଙ୍କ ବୟାନ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ଭିନ୍ନ ଭିନ୍ନ ଏଫଆଇଆର  ସେସବୁକୁ କ୍ଲବ କରି ଦିଲ୍ଲୀ ସିପ୍ଟ କରିବା ଓ ବର୍ତମାନ ପାଇଁ ତାଙ୍କ ସମ୍ବନ୍ଧରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ଷ୍ଟେ ଅର୍ଡର ଦେବାକୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking