37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଏନଡିଏ ପରୀକ୍ଷା ଦେଇପାରିବେ ଝିଅ

ଏନଡିଏ ପରୀକ୍ଷା ଦେଇପାରିବେ ଝିଅ

ନୂଆଦିଲ୍ଲୀ: ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନଡିଏ) ପରୀକ୍ଷା ଦେଇପାରିବେ ଝିଅ । ଝିଅ ଏନଡିଏ ପରୀକ୍ଷା ଦେଇପାରିବା ନେଇ ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଝିଅମାନେ ଦେଇପାରିବେ । ଲିଙ୍ଗଗତ ବାଛବିଚାର ନେଇ ସେନାକୁ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ନାମ ଲେଖା ନେଇ ସୁପ୍ରିମକୋର୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ରାୟ ଦେବେ ।

ଯୁକ୍ତ ଦୁଇ ସ୍ତର ପାସ୍ କରିଥିବା ଛାତ୍ରୀ ମାନେ ଲିଙ୍ଗଗତ ବାଛ ବିଚାର ପାଇଁ ଏନଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷାରେ ସାମିଲ୍ ହେବାକୁ ଇଚ୍ଛା ରଖିଥିଲେ ମଧ୍ୟ ସାମିଲ୍ ହୋଇପାରୁ ନାହାନ୍ତି। କିନ୍ତୁ ସମାନ ଯୋଗ୍ୟତା ଥାଇ ପୁରୁଷ ମାନେ ଏହି ପରୀକ୍ଷାରେ ସାମିଲ୍ ହୋଇପାରୁଛନ୍ତି। ପରୀକ୍ଷାରେ ଯୋଗ୍ୟ ବିବେଚିତ ହେବା ପରେ ସେମାନେ ଏନଡିଏରେ ଯୋଗ ଦିଅନ୍ତି।

ଆବେଦନକାରୀ ଆହୁରି କହିଥିଲେ ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ମହିଳାମାନଙ୍କୁ ତାଲିମ ନ ଦେବା ଏବଂ କେବଳ ଲିଙ୍ଗ ଆଧାରରେ ଦେଶର ସଶସ୍ତ୍ର ବାହିନୀରେ ସ୍ଥାୟୀ କମିଶନ ଅଫିସର ଭାବେ ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ହେଉଛି ମୌଳିକ ଅଧିକାରର ଉଲ୍ଲଂଘନ। ଯାହାକି ଭାରତୀୟ ସମ୍ୱିଧାନର ବିରୋଧ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking