30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସୁପ୍ରିମ କୋର୍ଟରେ ଆତଙ୍କ

ସୁପ୍ରିମ କୋର୍ଟରେ ଆତଙ୍କ

ନୂଆଦିଲ୍ଲୀ : ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟରେ ଆଜି ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୁପ୍ରିମ୍ କୋର୍ଟର ଜନୈକ ବିଚାରପତିଙ୍କ ଚ୍ୟାମ୍ବର ବାହାରେ ଏକ ଦାବୀଦାର ବିହୀନ ପରିତ୍ୟକ୍ତ ବ୍ୟାଗ କୁ ସୁରକ୍ଷା କର୍ମୀମାନେ ଠାବ କରିଥିଲେ । ପଡ଼ି ରହିଥିବା ବ୍ୟାଗ୍ ମଧ୍ୟରୁ ଏକ ଶବ୍ଦ ବାହାରୁଥିଲା । ତେଣୁ, ବ୍ୟାଗ୍ ମଧ୍ୟରେ ବୋମା ରହିଥିବା ସୁରକ୍ଷା କର୍ମୀମାନେ ସନ୍ଦେହ କରିଥିଲେ ।
ଏହି ଘଟଣା ପ୍ରଚାରିତ ହବା ମାତ୍ରେ ସୁପ୍ରିମ୍ କୋର୍ଟ ପରିସରରେ ଏକ ଭୟର ବାତାବରଣ ସୃଷ୍ଟି ହେବା ସହ ଧାଁ ଦୌଡ଼ ଆରମ୍ଭ ହୋଇ ଯାଇଥିଲା । ପରେ ସୁରକ୍ଷା କର୍ମୀମାନେ କୋର୍ଟ ନମ୍ବର ୪ ସମ୍ମୁଖରେ ଥିବା ସମସ୍ତ ଲୋକଙ୍କୁ ଖାଲି କରିଦେବା ସହ ସେଠାକୁ ଅତ୍ୟନ୍ତ ସାବଧାନତା ସହକାରେ ବ୍ୟାଗଟିକୁ ନେଇ ଯାଇଥିଲେ । ପରେ ବ୍ୟାଗଟି ଯାଞ୍ଚ କରାଯିବା ପରେ ବ୍ୟାଗ୍ ମଧ୍ୟରୁ ଏକ ପାଓ୍ଵାର ବ୍ୟାଙ୍କ୍ ସହ ବ୍ୟାଟେରି ଚାର୍ଜରକୁ ବାହାର କରାଯାଇଥିଲା, ଯାହା ଭିତରୁ ଏହି ବିଚିତ୍ର ଶବ୍ଦ ବାହାରୁ ଥିଲା । ଏହି ପରିତ୍ୟକ୍ତ ବ୍ୟାଗ୍ ଓ ତା’ ମଧ୍ୟରୁ ବାହାରି ଥିବା ସାମଗ୍ରୀ ସବୁକୁ ସୁପ୍ରିମ୍ କୋର୍ଟର କଣ୍ଟ୍ରୋଲ ରୁମରେ ରଖାଯିବା ସହ ଏହି ବ୍ୟାଗଟି ସେଠାକୁ କିପରି ଆସିଲା, ସେ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking