27.1 C
Bhubaneswar
Thursday, April 25, 2024
Homeଓଡିଶାଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ କର୍ମଚାରୀ

ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ କର୍ମଚାରୀ

ବାଲେଶ୍ଵର: ଭିଜିଲାନ୍ସ ଜାଲରେ ବାଲେଶ୍ଵର ଯୋଗାଣ ବିଭାଗ କର୍ମଚାରୀ ଜନାର୍ଦ୍ଦନ ପଲାଇ । ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଭିଜିଲାନ୍ସର ଟିମ୍‌ ଏକ କାଳୀନ ଜନାର୍ଦ୍ଦନଙ୍କ ୫ଟି ସ୍ଥାନରେ ଚଢ଼ାଉ କରୁଛି । ଜଳେଶ୍ଵର ଧରାଷ୍ଟକରେ ଥିବା ତାଙ୍କ ଆବାସିକ ଗୃହ ସହ ଜଳେଶ୍ଵର ନୂଆବଜାରରେ ଥିବା କାର୍ଯ୍ୟାଳୟ, ଜଳେଶ୍ଵର ଜାତୀୟ ରାଜପଥ ୬୦ ନିକଟସ୍ଥ ସାନ୍ତିଆରେ ଥିବା ତାଙ୍କ ଚନ୍ଦନ ନାମକ ଏକ ହୋଟେଲ (ଢାବା)ରେ ମଧ୍ୟ ଚଢ଼ାଉ ଜାରି ରହିଛି ।

ଖାଲି ସେତିକି ନୁ​‌ହେଁ ଜଳେଶ୍ଵର ଧରାଷ୍ଟକରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ହମ୍ବାର ଗାଁରେ ଥିବା ନିଜସ୍ଵ ଘର ଉପରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ ବିଭାଗ । ଜନାର୍ଦ୍ଦନ ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଂ ଗାର୍ଡ ତଥା ଜଳେଶ୍ଵର ଆଆରସି (ରାଇସ୍ ରିସିଭିଂ ସେଣ୍ଟର) ଓ ଡିଏସସି (ଡିଷ୍ଟ୍ରିକଟ ଷ୍ଟୋରେଜ ସେଣ୍ଟର) ଦାୟିତ୍ୱରେ ଥିଲେ । ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ଚଢ଼ାଉ କାଉଛି । ଏହି ଚଢ଼ାଉରେ ଭିଜିଲାନ୍ସର ୪ ଜଣ ଡିଏସ୍‌ପି, ୫ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ବାଲେଶ୍ଵର ଭିଜିଲାନ୍ସ ବିଚାରପତିଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ କ୍ରମେ ଏହି ଚଢାଉ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking