27.8 C
Bhubaneswar
Wednesday, April 17, 2024
Homeଓଡିଶାନକଲି କରୋନା ଔଷଧ ଠାବ

ନକଲି କରୋନା ଔଷଧ ଠାବ

ଭୁବନେଶ୍ୱର: ଗୋଟିଏ ପଟେ କରୋନାରେ ସାରା ଦେଶ ସମତେ ରାଜ୍ୟ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଦଲାଲ । ଲୋକଙ୍କ ବିଶ୍ୱାସରେ ବିଷ ଦେବା ସ୍ୱରୂପ ନକଲି କରୋନା ଓଷଧ ବିକ୍ରି କରିବା ଘଟଣା ଏବେ ସାମ୍ନାକୁ ଆସିଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭେଡ଼େନ ବ୍ଲକ ଋଷୁଢ଼ା ଗ୍ରାମର ଜଣେ କ୍ୱାକ ଘରେ ନକଲି କରୋନା ଔଷଧ ଠାବ ହୋଇଛି । ଉଲ୍ଲେଖଯୋଗ୍ୟ ଯେ କ୍ୱାକ ପ୍ରହଲ୍ଲାଦ ବିଶିଙ୍କ ଘରେ ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିଲା । କ୍ୱାକଙ୍କ ପାଖରୁ କୋଭିଡ଼ ଲେଖାଥିବା ଷ୍ଟ୍ରିକର, ସିରିଞ୍ଜ, ଲେବୁଲ ବକ୍ସ ଜବତ ହୋଇଛି । ତେଣୁ ଡ୍ରଗ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି । ଅନ୍ୟପଟେ ପୋଲିସ ତଦନ୍ତ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking