27.8 C
Bhubaneswar
Wednesday, April 17, 2024
Homeଦେଶ ବିଦେଶଫିଲିପାଇନ୍‌ସରେ ସୁପର୍‌ ଟାଇଫୁନ ତାଣ୍ଡବ

ଫିଲିପାଇନ୍‌ସରେ ସୁପର୍‌ ଟାଇଫୁନ ତାଣ୍ଡବ

ନୂଆଦିଲ୍ଲୀ : ଫିଲିପାଇନ୍‌ସରେ ସୁପର୍‌ ଟାଇଫୁନ ତାଣ୍ଡବ । ଗତକାଲି ସଂଧ୍ୟାରେ କ୍ୱଏଜୋନ ପ୍ରଦେଶ ଲୁଜୋନ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ନୋରୁ । ଘଣ୍ଟା ପ୍ରତି ୨୪୦ କିମି ବେଗରେ ଭୀଷଣ ରୂପ ଧାରଣ କରି ଉତ୍ତର ପୂର୍ବ ଫିଲିପାଇନ୍‌ସର ଲୁଜୋନ ଦେଇ ଗତି କରିଥିଲା ସୁପର ଟାଇଫୁନ । ପ୍ରଳୟଙ୍କରୀ ରୂପ ଧାରଣ କରିଥିଲା ନୋରୁ । ସମୁଦ୍ରରେ ଉଠିଥିଲା ବଡ଼ ବଡ଼ ଜୁଆର । ଆର୍ଚିଓପେଲାଗୋଠାରୁ ଦକ୍ଷିଣ ଭାଗକୁ ଗତିପଥ ବଦଳାଇ ତୀବ୍ର ରୂପ ଧାରଣ କରିଛି ନୋରୁ ।

ଟାଇଫୁନ କାଟାଗୋରୀ- ୩ରେ ପବନ ବହୁଛି । ଲୁଜୋନ ତଟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳ ଅଂଚଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ମାନିଲା ସମେତ ଅନେକ ପ୍ରଦେଶରେ ଦୁଇ ଦିନିଆ ଛୁଟି ଘୋଷଣା କରାଯାଇଛି । ଏବେ ସାଉଥ୍‌ ଚାଇନ୍‌ ସି ଅଭିମୁଖେ ଅଗ୍ରସର ହେଉଛି ନୋରୁ । ସମୁଦ୍ର ଭିତରୁ ବଳ ଗୋଟାଇ ପୁଣି ଥରେ ଶକ୍ତିଶାଳୀ ହେବ ସାମୁଦ୍ରିକ ଝଡ଼ ।

ଆସନ୍ତାକାଲି ରାତିରେ ଭିଏତନାମରେ ହିଟ୍‌ କରିବ ନୋରୁ । ଲାଣ୍ଡଫଳ ବେଳେ ପବନର ବେଗ ଘଣ୍ଟାପ୍ରତି ୨୦୦ରୁ ଅଧିକ ରହିପାରେ । ଭିତଏନାମରେ ଲାଣ୍ଡଫଲ୍‌ ପରେ ଦୁର୍ବଳ ପଡିଯିବ ନୋରୁ । ଏହାର ଅଂଶବିଶେଷ ଆଗକୁ ଗତି କରି ଅକ୍ଟୋବର ୧ରେ ବଙ୍ଗୋପସାଗରରେ ପହଞ୍ଚିବା ନେଇ ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking