37.1 C
Bhubaneswar
Thursday, March 28, 2024
Homeଓଡିଶାସୁପର ମାର୍କେଟ କାମ ଶିଘ୍ର ଆରମ୍ଭ ହେବ, ଦେବୋତ୍ତର ବିଭାଗ ସହ ନରସିଂହଙ୍କ ଆଲୋଚନା

ସୁପର ମାର୍କେଟ କାମ ଶିଘ୍ର ଆରମ୍ଭ ହେବ, ଦେବୋତ୍ତର ବିଭାଗ ସହ ନରସିଂହଙ୍କ ଆଲୋଚନା

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ଗତ କାଲି  ସ୍ଥାନୀୟ ସାର୍କିଟ ହାଉସ ଠାରେ ଦେବୋତ୍ତର ସମ୍ବନ୍ଧିୟ ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଦେବୋତ୍ତର ବିଭାଗ ସହ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଏକ ଆଲୋଚନା ହୋଇଯାଇଅଛି । ବିଶେଷକରି ନବେ ଦଶକରେ କାମ ଆରମ୍ଭ ହୋଇଥିବା ସୁପର ମାର୍କେଟ ଯାହାକି ବର୍ତ୍ତମାନ ଜରାଜିଣ୍ଣ ଅବସ୍ଥାରେ ଅଛି, ଯେତେ ଚେଷ୍ଟା କଲେ ମଧ୍ୟ ତାର ପୁନଃ ନିର୍ମାଣ ହୋଇନ ପାରିବା ଯୋଗୁଁ ବଲାଙ୍ଗିରବାସୀ ଏକ ଉନ୍ନତ ଧରଣର ମାର୍କେଟ କମ୍ପେକ୍ସ ପାଇବାରୁ ବଂଚିତ ହେଉଛନ୍ତି । ତାର ପୁନଃନିର୍ମାଣ ପାଇଁ ଆଜିର ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବର୍ତ୍ତମାନ ଗୋପାଜୀ ମନ୍ଦିର ସମ୍ମୁଖ ଦେବୋତ୍ତର ଅଧିନରେ ଥିବା ବ୍ୟବସାୟିକ ଷ୍ଟଲ ଗୁଡିକର ସ୍ଥିତି, ଷ୍ଟଲମାଲିକମାନେ ଦେଉଥିବା ଭଡା, ଷ୍ଟଲଭଡା ବର୍ତ୍ତମାନର ବଜାର ଦର ସହିତ ଠିକ୍ ଅଛି ନ ନାହିଁ ସେ ଉପରେ ଆଲୋଚନା ହୋଇଥିଲା । ଆହୁରି ମଧ୍ୟ ଦେବୋତ୍ତ ବିଭାଗର ଜମାରାଶି ଏକ ରୁ ଅନେକ ଯଥା ୪/୫ଟି ଏକାଉଣ୍ଟରେ ଜମା ହୋଇଥିବାରୁ ଏହା ଉପରେ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ସମସ୍ତ ରାଶିକୁ ଗୋଟିଏ ଏକାଉଣ୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ଥିବା ସମସ୍ତ ଅଂଚଳର ଷ୍ଟଲ ଯାହାକି ଦେବୋତ୍ତର ଅଧିନରେ ଅଛି ତାର ଏକ ସବିଶେଷ ବିବରଣୀ ଶିଘ୍ର ପ୍ରସ୍ତୁତ କରିବାକୁ ଉପସ୍ଥିତ ଥିବା ଦେବୋତ୍ତର ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତତ୍ ସହିତ ସୁପରମାର୍କେଟ ଯାହାକି ପୁଣିଥରେ କାମ ଆରମ୍ଭ ହେବ ତାର ସମସ୍ତ ରୂପରେଖ, ନକସା, ମାର୍କେଟ ଭିତରେ ଥିବା ସୁବିଧା ସୁଯୋଗ ସେ ସବୁକୁ ନେଇ ଏକ ସ୍ୱତନ୍ତ୍ର ଆର୍କିଟେକ୍ ଙ୍କ ପରାମର୍ଶ ନେଇ ବହୁ ଶିଘ୍ର କାମ ଆରମ୍ଭ କରିବାର ସ୍ଥିରୀକୃତ ହୋଇଥିଲା । ସ୍ଥାନୀୟ ମହାଦେବ ମନ୍ଦିର ଛକରେ ଥିବା ସର୍ବ ପୁରାତନ କଲ୍ୟାଣ ମଣ୍ଡପର ମରାମତି ଓ ଉନ୍ନତିକରଣ ମଧ୍ୟ ବହୁ ଶିଘ୍ର ଆରମ୍ଭ ହେବ ବୋଲି ବୈଠକରେ ଶ୍ରୀ ମିଶ୍ର କହିଥିଲେ । ସୁପରମାର୍କେଟର କାମ ଯେପରି ସୁରୁଖୁରୁରେ ଆରମ୍ଭ ହୋଇ ଶିଘ୍ର ପୂର୍ଣ୍ଣାଙ୍ଗ ହେବ ତାହା ଉପରେ ବିଶେଷ ଯତ୍ନବାନର ସହ କାମ ଆରମ୍ଭ କରିବାକୁ ବୈଠକରେ ଉପସ୍ଥିତ ଥିବା ଦେବୋତ୍ତର ଅଧିକାରୀ, ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ବିଧାୟକ ନରସିଂହ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ବୈଠକରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ଉପ-ଜିଲ୍ଲାପାଳ ସଂଜୟ ମିଶ୍ର, ଦେବୋତ୍ତର କର୍ମଚାରୀ ସୁଧିର ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking