27.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶଫ୍ଲୋରିନା ଗୋଗୋଇ ‘‘ସୁପର ଡାନ୍ସର ଚାପ୍ଟର ୪’’ର ବିଜେତା

ଫ୍ଲୋରିନା ଗୋଗୋଇ ‘‘ସୁପର ଡାନ୍ସର ଚାପ୍ଟର ୪’’ର ବିଜେତା

ମୁମ୍ବାଇ : ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟାଲିଟି ଶୋ’ ‘‘ସୁପର ଡାନ୍ସର ଚାପ୍ଟର ୪’’ର ବିଜେତା ହୋଇଛନ୍ତି ଆସାମ ଜୋରହାଟର ଫ୍ଲୋରିନା ଗୋଗୋଇ। ଶନିବାର ପ୍ରସାରିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେରେ ଫ୍ଲୋରିନାଙ୍କୁ ବିଜେତା ଘୋଷଣା କରାଯାଇଛି। ବିଜେତା ଭାବେ ତାଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହାସହିତ ତାଙ୍କ ସୁପର୍‌ ଗୁରୁ ତୁଷାର ଶେଟ୍ଟୀଙ୍କୁ ତାଙ୍କ ପରିଶ୍ରମ ଓ ଉତ୍କୃଷ୍ଟ ନୃତ୍ୟ ପ୍ରଶିକ୍ଷଣ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଫ୍ଲୋରିନାଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କର୍ଣ୍ଣାଟକର ପୃଥ୍ବୀରାଜ କୋଙ୍ଗରୀ। ସେହିପରି ପଞ୍ଜାବର ସଞ୍ଚିତ ଚନ୍ନା ତୃତୀୟ ସ୍ଥାନରେ ଥିବା ବେଳେ ମଧ୍ୟପ୍ରଦେଶର ନୀରଜା ତିୱାରୀ ଚତୁର୍ଥ ଏବଂ ନୂଆଦିଲ୍ଲୀର ଇଶା ମିଶ୍ରା ପଞ୍ଚମ ସ୍ଥାନରେ ରହିଛନ୍ତି। ସମସ୍ତ ଫାଇନାଲିଷ୍ଟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଫ୍ଲୋରିନାଙ୍କୁ ବିଜେତା ଭାବେ ଘୋଷଣା କରାଯିବା ପରେ ତାଙ୍କୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରଷ୍କାର ସହ ଚକ୍‌ମକ୍‌ କରୁଥିବା ଟ୍ରଫି ଘରକୁ ନେଇଥିଲେ । ଗୁରୁ ତୁଷାରଙ୍କୁ ମଧ୍ୟ ନଗଦ ୫ ଲକ୍ଷ ଟଙ୍କା ପାଇଛନ୍ତି । ଏହା ବ୍ୟତୀତ ଦ୍ବିତୀୟ ସ୍ଥାନରେ ପୃଥିରାଜ୍‌ ଥିବା ବେଳେ ୫ ଲକ୍ଷ ଟଙ୍କା ପାଇଛନ୍ତି । ତୃତୀୟ ସ୍ଥାନରେ ପଞ୍ଜାବର ସଞ୍ଚିତ , ସେଭଳି ଚତୁର୍ଥ ସ୍ଥାନରେ ନୀରଜା ଓ ଇଶା ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ତେବେ ଟପ୍‌-୫ରେ ଶେଷ ତିନି ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ଏକ ଏକ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି । ଏହା ବ୍ୟତୀତ ସମସ୍ତ ଟପ୍‌-୫ ଫାଇନାଲିଷ୍ଟଙ୍କୁ ଶୋର ପ୍ରୋଯୋଜକ ତରଫରୁ ରେଫ୍ରିଜେଟର ଓ ଏୟାର ପ୍ୟୁରିଫାୟର ଓ ପାର୍ଟନର ବ୍ୟାଙ୍କ ତରଫରୁ ୫୧,୦୦୦ର ଏଫଡି ସାର୍ଟିଫିକେଟ୍‌ ଦିଆଯାଇଛି । ଅନ୍ୟପଟେ ଫ୍ଲୋରିନା ବିଜେତା ହୋଇଥିବା ନେଇ ଖୁବ୍‌ ଖୁସି ଅଛନ୍ତି । ଏହାକୁ ନେଇ ସେ କହିଛନ୍ତି ମୁଁ କଣ କହିବି ମୁଁ ଜାଣି ନାହିଁ । ମୁଁ କେବେ ଏହି ଦିନ କୁ ଭୁଲି ପାରିବି ନାହିଁ , ଏହାକୁ ନେଇ ମୁଁ ଖୁବ୍ ଉତ୍ସାହିତ ଅଛି । ମୋତେ ଭୋଟ୍ ଦେଇଥିବାରୁ ଏବଂ ସୁପର ଡ୍ୟାନ୍ସରରେ ମୋତେ ସମର୍ଥନ କରିଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି । ମୋ ଉପରେ ବିଶ୍ୱାସ କରି ମୋତେ ତାଲିମ ଦେଇଥିବାରୁ ତୁଷାର ଭାଇଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ସୁପର ଡାନ୍ସରେ ମୋର ଅନେକ ନୂଆ ବନ୍ଧୁ ସୃଷ୍ଟି କରିଛି । ମୁଁ ସେମାନଙ୍କୁ ବହୁତ ମନେ ପକାଇବି। ଆଗକୁ ମୁଁ ନୃତ୍ୟ ଜାରି ରଖିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking