39.1 C
Bhubaneswar
Wednesday, April 24, 2024
Homeଓଡିଶା‘ଅମ୍ପନ’ ଆଖି ୩୦ କିମି

‘ଅମ୍ପନ’ ଆଖି ୩୦ କିମି

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ପନ’ ନେଇ ଆଇଏମଡି ବାତ୍ୟା ବିଭାଗ ମୁଖ୍ୟ ଆର କେ ଜେନାମଣି ତାଜା ସୂଚନା ପ୍ରଦାନ କରିଛନ୍ତି । ୨୪ ଘଣ୍ଟା ପରେ ବି ମହାବାତ୍ୟା ଆକାରରେ ଆଗକୁ ବଢୁଥିବା ସେ କହିଛନ୍ତି । ଆଜି ଓଡିଶା ଉପକୂଳରେ ପବନ ଆରମ୍ଭ ହୋଇଯାଇଛି । ଏହାଛଡା ଆଜି ୪୫ରୁ ୫୫ କିମି ବେଗରେ ପବନ ହେବାକୁ ଥିବା ବେଳେ ରାତିକୁ ୭୫ରୁ ୯୫ ଯାଏଁ ପବନ ହେବାର ଆଶଙ୍କା ରହିଛି । କାଲି ସକାଳୁ ୧୧୦ରୁ ୧୩୦ କିମି ବେଗରେ ପବନ ବଢିବ ବୋଲି ଶ୍ରୀ ଜେନାମଣି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବାତ୍ୟାର ଆଖିକୁ ଦେଖି ତାର ତୀବ୍ରତା ଆକଳନ କରାଯାଏ । ମାହାବାତ୍ୟା ଅମ୍ପନର ଆଖି ବ୍ୟାସାର୍ଦ୍ଧ ୩୦ କିମି ରହିଛି । ଆସନ୍ତାକାଲି ସକାଳ ଯାଏଁ ‘ଅମ୍ପନ’ ମହାବାତ୍ୟା ଆକାରରେ ରହିବ । ଆଜି ରାତିରେ ଗୋପାଳପୁରଠାରୁ ୨୧୦ କିମି ପୂର୍ବରେ ଯିବ । ପାରାଦୀପଠାରୁ କାଲି ଦିନ ୧୧.୩୦ରେ ୧୧୦ କିମି ପୂର୍ବରେ ଯିବ । ବାଲେଶ୍ୱରଠାରୁ ଅପରାହ୍ନରେ ୧୭୦ କିମି ଦୂରରେ ଅମ୍ପନ ଗତି କରିବ ବୋଲି ସେ କହିଛନ୍ତି । ପୂର୍ବ ନିର୍ଦ୍ଧାରିତ ଉତ୍ତର-ଉତ୍ତର ପୂର୍ବ ଦିଗରେ ଅମ୍ପନ ଗତି କରିବ । କାଲି ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ କରିବା ଜାଗାରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୨୦୦ କିମି ରହିବ । ଏବେ କିନ୍ତୁ ଅମ୍ପନ ମହାବାତ୍ୟା ରୂପରେ ସମୁଦ୍ରରେ ବହୁତ ତୀବ୍ର ରହିଛି । ସମୁଦ୍ରରେ ଏବେ ୨୨୦ରୁ ୨୪୦ କିମି ବେଗରେ ପବନ ବହୁଛି । କାଲି ଦିନ ୧୦ଟା ପରେ ଓଡିଶା ଉପକୂଳରେ ୧୧୦ରୁ ୧୨୦ କିମି ବେଗରେ ପବନ ବହିବ । ତାଙ୍କ କହିବା ଅନୁସାରେ, ବୁଲବୁଲ ଉପକୂଳ ପାଖ ଦେଇ ଯାଉଥିଲା, ଅମ୍ପନ ଟିକେ ଦୂର ଦେଇ ଯିବ । ଏହାର ବାହ୍ୟ ଅଂଶଟି ବହୁତ ବଡ ଆକାର । ଏବେ ଓଡିଶାରେ ଏହା ପ୍ରବେଶ କଲାଣି । ଏହାଛଡା ଭୁବନେଶ୍ୱରରେ ଆଉଟର କ୍ଲାଉଡ ପ୍ରବେଶ କଲାଣି । ଆକାଶ ମେଘୁଆ ରହିଛି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking