40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୨୦ ଟଙ୍କାର ଗୁଟଖା ବାକି ନଦେବାରୁ ଗୁଳି କରି ହତ୍ୟା

୨୦ ଟଙ୍କାର ଗୁଟଖା ବାକି ନଦେବାରୁ ଗୁଳି କରି ହତ୍ୟା

ବିହାର: ବିହାରର ସୁପୌଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି । ଯେଉଁଠି ୨୦ ଟଙ୍କାର ଗୁଟଖା ଜଣେ ବ୍ୟକ୍ତିର ମୃତ୍ୟୁର କାରଣ ପାଲଟିଛି । ଜଣେ ପାନ ଦୋକାନୀକୁ ଏଥିପାଇଁ ହତ୍ୟା କରାଯାଇଛି, କାରଣ ସେ ୨୦ ଟଙ୍କାର ଗୁଟଖା ବାକିରେ ଦେବାକୁ ମନା କରିଦେଲା । ଏହି ଘଟଣା ବିହାରର ସୁପୌଲ ଜିଲ୍ଲା ତ୍ରିବେଣୀଗଂଜରେ ଘଟିଛି । ମଙ୍ଗଳବାର ସକାଳେ ଯେତେବେଳେ ଅଭିଯୁକ୍ତ ଅଜିତ କୁମାର ପାନ ଦୋକାନରେ ପହଂଚି ମିଥିଲେଶ କୁମାର ନାମକ ଯୁବକକୁ ମାରି ହତ୍ୟା କରିଦେଇଥିଲା । ତେବେ ଘଟଣାର ଗୋଟିଏ ଦିନ ପୂର୍ବରୁ ଅପରାଧୀ ଅଜିତ କୁମାରର ମୃତକ ମିଥିଲେଶ କୁମାରଙ୍କ ବାପାଙ୍କ ସହିତ ବିବାଦ ହୋଇଥିଲା । ସେହିଦିନ ଅଜିତ, ମୃତକଙ୍କ ପିତାଙ୍କ ଦୋକାନରେ ପହଂଚିଥିଲା ଓ ୨୦ ଟଙ୍କାର ଗୁଟଖା ବାକିରେ ଦେବା ପାଇଁ କହିଥିଲା । ପରେ ମୃତକର ବାପା ଉଧାରରେ ୨୦ ଟଙ୍କାର ଗୁଟଖା ଦେବାକୁ ମନା କରିଦେଇଥିଲେ । ଯାହାପରେ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହାକୁ ନେଇ ମଙ୍ଗଳବାର ସକାଳେ ଅଜିତ କୁମାର ନିଜର ଦୁଇ ଅନ୍ୟ ସାଥୀଙ୍କ ସହ ସେହି ଦୋକାନରେ ପୁଣି ପହଂଚିଥିଲେ । ହେଲେ ସେହି ସମୟରେ ମୃତକଙ୍କ ବାପା ଦୋକାନରେ ନଥିଲେ । ତାଙ୍କ ବଦଳରେ ତାଙ୍କର ସାନ ପୁଅ ମିଥିଲେଶ କୁମାର ଥିଲା । ଏହାରି ମଧ୍ୟରେ ଅଜିତ କୁମାରର ମିଥିଲେଶ ସହ ପୁଣି ଝଗଡା ହୋଇଥିଲା, ଯାହା ପରେ ଅଜିତ କୁମାର ମିଥିଲେଶ କୁମାରକୁ ସେହି ସ୍ଥାନରେ ଗୁଳି କରି ହତ୍ୟା କରିଦେଇଥିଲେ । ମୃତକ ମିଥିଲେଶ କୁମାରର ବଡ ଭାଇଙ୍କ କହିବାନୁସାରେ, ଯେଉଁ ସମୟରେ ତାଙ୍କ ସାନ ଭାଇକୁ ଗୁଳି କରାଯାଇଥିଲା, ସେତେବେଳେ ସେ ପାଖରେ ହିଁ ଥିଲେ । ହେଲେ ଘଟଣାସ୍ଥଳରେ ପହଂଚିବା ବେଳକୁ ଏହି ହତ୍ୟାକାଣ୍ଡ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଏହାପରେ ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking