27.1 C
Bhubaneswar
Saturday, November 23, 2024
Homeଖେଳଇତିହାସ ରଚିଲେ ସୁନୀଲ୍ ନାରିନ୍

ଇତିହାସ ରଚିଲେ ସୁନୀଲ୍ ନାରିନ୍

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୭ତମ ସଂସ୍କରଣରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଟିମ୍‌କୁ ତୃତୀୟ ଥର ଚାମ୍ପିଅନ୍ କରାଇବାରେ ୱେଷ୍ଟଇଣ୍ଡିଜ୍ ଅଲ୍‌ରାଉଣ୍ଡର୍ ସୁନୀଲ୍ ନାରିନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗତ କିଛି ସିଜନ୍‌ରେ ଫର୍ମରେ ନଥିବା ନାରିନ୍‌ଙ୍କୁ ଆଇପିଏଲ୍‌ର ୧୭ତମ ସିଜନ୍‌ରେ ନିଜର ପୁରୁଣା ଫର୍ମରେ ଦେଖିବାକୁ ମିଳିଥିଲା । ଏହି ସିଜନ୍‌ରେ ବ୍ୟାଟିଂରେ ସେ ଟିମ୍‌ର ଇନିଂସ୍ ଓପନ୍‌ର ଦାୟିତ୍ୱ ତୁଲାଇଥିବା ବେଳେ ବୋଲିଂରେ ଚମତ୍କାର ପ୍ରଦର୍ଶନ ମଧ୍ୟ କରିଛନ୍ତି । ସିଜନ୍‌ରେ ସେ ନିଜ ଆଇପିଏଲ୍ କ୍ୟାରିୟର୍‌ର ପ୍ରଥମ ଶତକ ମଧ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । ସୁନୀଲ୍ ନାରିନ୍‌ଙ୍କୁ ଫାଇନାଲ୍ ମ୍ୟାଚ୍ ପରେ ସିଜନ୍‌ର ମୋଷ୍ଟ ଭାଲ୍ୟୁଏବଲ୍ ପ୍ଲେୟର୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଏହା ସହିତ ତୃତୀୟ ଥର ଏହି ପୁରସ୍କାର ଜିତିବାରେ ସେ ଲିଗ୍ ଇତିହାସରେ ପ୍ରଥମ ଖେଳାଳି ହୋଇଛନ୍ତି । ଏହି ସିଜନ୍‌ରେ ସେ ୪୮୮ ରନ୍ କରିଥିବା ବେଳେ ୧୭ ୱିକେଟ୍ ନିଜ ନାମରେ କରିଛନ୍ତି । କେକେଆର୍ ୨୦୧୨ରେ ପ୍ରଥମ ଥର ଟାଇଟଲ୍ ଜିତିଥିବା ବେଳେ ନାରିନ୍ ଆଇପିଏଲ୍ ଡେବ୍ୟୁ କରିଥିଲେ । ସେତେବେଳେ ସେ ୨୪ ୱିକେଟ୍ ନେଇ ପ୍ରଥମ ଥର ମୋଷ୍ଟ୍ ଭାଲ୍ୟୁଏବଲ୍ ପ୍ଲେୟାର୍ ପୁରସ୍କାର ଜିତିଥିଲେ । ଏହାପରେ ୨୦୧୮ରେ ସେ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ନିଜ ନାମରେ କରିଥିଲେ । ୨୦୧୮ ସିଜନ୍‌ରେ ସେ ୧୭ ୱିକେଟ୍ ନେଇଥିବା ବେଳେ ୩୫୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking