28.1 C
Bhubaneswar
Friday, March 29, 2024
Homeରାଜନୀତିସୁନୀଲ ବଂଶଲଙ୍କୁ ରାଜ୍ୟ ବିଜେପିର ପ୍ରଭାରୀ ଦାୟିତ୍ୱ

ସୁନୀଲ ବଂଶଲଙ୍କୁ ରାଜ୍ୟ ବିଜେପିର ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର: ବିଜେପି ନେତା ସୁନୀଲ ବଂଶଲଙ୍କୁ ରାଜ୍ୟ ବିଜେପିର ପ୍ରଭାରୀ ଦାୟିତ୍ୱ ମିଳିଛି । ସୁନୀଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ସୁନୀଲଙ୍କ ନିଯୁକ୍ତି ନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୁନୀଲଙ୍କ ନୂଆ ଦାୟିତ୍ୱ ନେଇ ଘୋଷଣା କରିଛନ୍ତି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । ଶାହ ତାଙ୍କର ଗସ୍ତ ଅବସରରେ ରାଜ୍ୟ ନେତୃବୃନ୍ଦଙ୍କୁ ଦଳର ସଂଗଠନ ଓ ୨୦୨୪ ନିର୍ବାଚନକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।

ଶାହ ଓଡ଼ିଶାରେ ଦଳର ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ନୂଆ ପ୍ରଭାରୀ ଭାବେ ସୁନୀଲଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୨୦୧୪ ଲୋକସଭାରେ ଶାନଦାର ବିଜୟ ପରେ ସୁନୀଲଙ୍କୁ ଉତ୍ତରପ୍ରଦେଶର ସଂଗଠନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା । ବିଜେପି ପକ୍ଷରୁ ସୁନୀଲଙ୍କୁ ଦଳର ରାଷ୍ଟ୍ରୀୟ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି । ବିଭିନ୍ନ ରାଜ୍ୟ ପାଇଁ ଦଳ ପକ୍ଷରୁ କିଛି ନୂଆ ଘୋଷଣା କରାଯିବ ବୋଲି ନିକଟରେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା । ଆସନ୍ତାବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପିର କଟ୍ଟର ବିରୋଧୀ ଭାବେ ଜଣାଶୁଣା କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ମାତ୍ ଦେବାକୁ ଭାଜପା ନିଜର ପ୍ରୟାସ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking