39.1 C
Bhubaneswar
Tuesday, April 23, 2024
Homeଓଡିଶାଆସନ୍ତା ୨୯ ତାରିଖରେ ସୁନି ଇଜତୋମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଆସନ୍ତା ୨୯ ତାରିଖରେ ସୁନି ଇଜତୋମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଯାଜପୁର: ଆସନ୍ତା ୨୯ ତାରିଖରେ ଯାଜପୁର ବାଳାଶ୍ରମ ପଡିଆରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ସର୍ବଭାରତୀୟ ସୁନି ଇଜତେମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଏହାର ସୁଚାରୁ ପରିଚାଳନା ପାଇଁ ଯାଜପୁର ପୋଲିସ ପକ୍ଷରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ରହି ଶାନ୍ତିକମିଟି ସଦସ୍ୟ ମାନଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଶୁଣିଥିଲେ । ସେହି ଦିନ ବ୍ରହ୍ୱବରଦା ଅଂଚଳରେ ଅନ୍ୟ ଏକ କାର୍ଯ୍ୟକ୍ରମ ରହୁଥିବାରୁ ଟ୍ରାପିଂକ ସମସ୍ୟାକୁ ଦୂର କରିବାକୁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଛକ ବଜାର ଅଂଚଳରେ ବ୍ୟାପକ ପୋଲିସ ମୁତୟନ ହେବା ସହିତ ଯାଜପୁର ସହରର ରାସ୍ତା ଘାଟର ଉନ୍ନତି ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଥିଲା ।
https://onakhabar.com/2020/02/25/ama-sahitya-paribar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking