ଲାହୋର ଜେଲରୁ ମୁକୁଳି ଗାଁକୁ ଫେରୁଛନ୍ତି ସୁନ୍ଦରଗଡ଼ ଯୁବକ

ରାଉରକେଲା: ଦୀର୍ଘ ୨୦ ବର୍ଷ କାଳ ଜେଲରେ ବନ୍ଦୀ ଜୀବନ କାଟିବା ପରେ ନିଜ ପୈତୃକ ଗ୍ରାମକୁ ଫେରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକ । ଏହି ଯୁବକ ଜଣଙ୍କ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗର ଜଙ୍ଗାଟୋଲି ଗ୍ରାମରେ ରହୁଥିବା କାମଲିସ କୁଲୁଙ୍କ ପୁତ୍ର ବିରଜୁ କୁଲୁ । ତାଙ୍କୁ ଯେତେବେଳେ ୨୪ ବର୍ଷ ବୟସ ହୋଇଥିଲା, ସେ ସମୟରେ ବିରଜୁ ଭୁଲ ବଶତଃ ସୀମା ଡେଇଁ ପାକିସ୍ଥାନକୁ ଚାଲି ଯାଇଥିଲେ । ସେତେବେଳେ ପାକିସ୍ଥାନ ସୈନ୍ୟ ତାଙ୍କୁ ଗୁପ୍ତଚର ବୋଲି ସନ୍ଦେହ କରିବା ସହ ପରବର୍ତି ଅବସ୍ଥାରେ ତାଙ୍କୁ ଧରି ଲାହୋର ଜେଲରେ ରଖିଥିଲେ । ଦୀର୍ଘ ୨୦ ବର୍ଷ ଜେଲରେ କାଳ କାଟିବା ପରେ ଗତ ଅକ୍ଟୋବର ୨୬ ତାରିଖରେ ବିରଜୁ ମୁକୁଳିଛନ୍ତି । ବିରଜୁ ମୁକ୍ତି ହେବା ପରେ ପାକିସ୍ଥାନ ସୈନ୍ୟ ତାଙ୍କୁ ଭାରତକୁ ହସ୍ତାନ୍ତର କରିଛି । ବର୍ତମାନର ୪୪ ବର୍ଷିୟ ବିରଜୁ କୁଲୁଙ୍କୁ ପ୍ରଶାସନ ନିଜ ପୈତୃକ ଗ୍ରାମକୁ ପଠାଇବା ଲାଗି ଉଦ୍ୟମ ଆରମ୍ଭ କରିଛି । ଅପରପକ୍ଷରେ, ବିରଜୁଙ୍କ ବାପା’ ମା ଇତି ମଧ୍ୟରେ ଆରପାରିକୁ ଚାଲି ଯାଇଥିବା ବେଳେ, ତାଙ୍କର ଏକମାତ୍ର ବିଭା ହେବା ଉଭଣୀ ଅଛନ୍ତି । ବିରଜୁ ସାମାନ୍ୟ ଭାବେ ମାନସିକ ଅନଗ୍ରସର ଥିବା ଗ୍ରାମବାସୀଙ୍କ ପକ୍ଷରୁ ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here