29.4 C
Bhubaneswar
Thursday, April 18, 2024
Homeଅପରାଧଗାଁ’ ଦାଣ୍ଡରେ ଖଣ୍ଡା ଧରି ଗୋଡ଼ାଇଲେ ମହିଳା

ଗାଁ’ ଦାଣ୍ଡରେ ଖଣ୍ଡା ଧରି ଗୋଡ଼ାଇଲେ ମହିଳା

ସୁନ୍ଦରଗଡ଼: ମହିଳାଙ୍କ ହାତରେ ବୁଲୁଥିଲା ଖଣ୍ଡା । ଗାଁ’ ର ଅନ୍ୟ ଦୁଇ ମହିଳାଙ୍କୁ ହାଣିବାକୁ ଗାଁ ଦାଣ୍ଡରେ ଗୋଡାଉଥିଲେ । ପ୍ରାଣ ବିକଳରେ ସେମାନେ ଆଗକୁ ଆଗକୁ ଦୌଡୁଥିଲେ । ଆଜି ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଯୋଗୀମାଲରେ ଘଟିଥିବା ଏହି ଅଭାବନୀୟ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ଏହା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଖଣ୍ଡା ବୁଲାଉଥିବା ମହିଳା ଜଣକ ଥିଲେ ଗ୍ରାମର ମଞ୍ଜୁଲତା ପଟେଲ । ଆଉ ଆକ୍ରମଣର ସମ୍ମୁଖୀନ ହୋଇଥିବା ଦୁଇ ମହିଳା ଥିଲେ ଗାଁ ଅଙ୍ଗନୱାଡି କର୍ମୀ ଶ୍ରଦ୍ଧାଞ୍ଜଳି ମାଝୀ ଓ ଆଶାକର୍ମୀ ରଙ୍ଗବତୀ ଧୁରୁଆ । ମମତା ଦିବସ ଥିବାରୁ ସେମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥବା ବେଳେ ଘଟିଥିଲା ଏ ଘଟଣା । ପ୍ରାଣ ବିକଳରେ ସେ ଦୁହେଁ କେନ୍ଦ୍ର ଭିତରକୁ ପଶିଯିବା ପରେ ପଛେ ପଛେ ଗୋଡାଇଥିବା ମଞ୍ଜୁ ବାହାରୁ ତାଲା ପକାଇ ଦେଇଥିଲେ । ଘଣ୍ଟାଏ ସେ ଦୁହେଁ ଘର ଭିତରେ ବନ୍ଦ ରହିବା ପରେ ଖବର ପାଇ ପୁଲିସ ଆସି ଉଦ୍ଧାର କରିଥିଲା । ଅନ୍ୟପଟେ ମଞ୍ଜୁଙ୍କୁ ଗିରଫ କରିବା ସହ ମଞ୍ଜୁଙ୍କ ବାପା ଧନୁର୍ଜୟ ନାଏକଙ୍କ ଘରୁ ଖଣ୍ଡା ଜବତ କରି ତଦନ୍ତ ଚଳାଇଛି ପୁଲିସ । ଅଙ୍ଗନୱାଡିରେ ନିଯୁକ୍ତି ବାବଦକୁ ନେଇ ପୂର୍ବରୁ ମଞ୍ଜୁଲତା ଏ ଦୁଇ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଆସୁଥିଲେ । କିଛି ଦିନ ତଳେ ଏ ସମ୍ପର୍କରେ ଅଙ୍ଗନୱାଡି ଓ ଆଶାକର୍ମୀ ଭଷ୍ମା ଥାନାରେ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍ ଽସିଥିବାବେଳେ ଆଜି ଏ ଘଟଣା ଘଟିଥିବା ଅଙ୍ଗନୱାଡିକର୍ମୀ ଶ୍ରଦ୍ଧାଞ୍ଜଳି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking