ଶାସ୍ତ୍ରୀୟ ସଙ୍ଗୀତ ପାଇଁ ‘ସୁନନ୍ଦା ସମ୍ମାନ’

sunanda samman

ଭୁବନେଶ୍ୱର: ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ରାଜ୍ୟର ସଫଳ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ଦିଆଯିବ। ରାଜ୍ୟରେ ଏଣିକି ଶାସ୍ତ୍ରୀୟ ସଙ୍ଗୀତ ପାଇଁ ମିଳିବ ‘ସୁନନ୍ଦା ସମ୍ମାନ’ । ଏହି ସମ୍ମାନ ବିଶିଷ୍ଠ ସଙ୍ଗୀତ ଗୁରୁ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ଦିଆଯିବ ।ଏହି ସମ୍ମାନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦିଆଯିବ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରତିବର୍ଷ ‘ସୁନନ୍ଦା ସମ୍ମାନ’ରେ ଜଣେ ବିଶିଷ୍ଟ ଗାୟକଙ୍କୁ ସମ୍ମାନିତ କରାଯିବ । ପୁରସ୍କାର ବାବଦରେ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନନ୍ଦା ସମ୍ମାନ’କୁ ଆଜି ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ସୁନନ୍ଦାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ଦାନ କରିବାକୁ ଅନୁରୋଧ କରିବେ ଯାହା କି ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ତାଙ୍କ ସ୍ମୃତିରେ ଏକ ଗ୍ୟାଲେରୀ ସ୍ଥାପନ କରାଯାଇପାରିବ ବୋଲି ଜଣେ ଅଧିକରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here