ସୁନାବେଡା ପୋଲିସ ଦ୍ବାରା ଚନ୍ଦନ କାଠ ସହ ବ୍ୟବହୃତ ଅଟୋ ବାଇକ ଜବତ ତିନି ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡା ପୋଲିସ ଦ୍ୱାରା ୧୦କେଜି ରୁ ଉର୍ଦ୍ଧ୍ବ ଚନ୍ଦନ କାଠ ସହ ଗୋଟାଏ ଅଟୋ ୨ଟି ମୋଟର ସାଇକେଲକୁ ମଧ୍ୟ ଜବତ କରିଛି। ୨ଜଣକୁ ଗିରଫ କରିଛି. ଆନ୍ଧ୍ର ର ଆରୁକୁ ଅଂଚଳର ୩ ଜଣ ଚନ୍ଦନ କାଠ ମାଫିଆ ଫେରାର ହୋଇଯାଇଛନ୍ତି ଫେରାର ଆସାମୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୁନାବେଡା ଥାନାଅଧିକାରୀ ଭୀମସେନ ନାୟକ କହିଛନ୍ତି । ପାଡୁଆକୁ ଚାଲାଣ କରୁଥୁବା ବେଳେ ଚିକାପାର ନିକଟରେ ସୁନାବେଡା ପୋଲିସ ଜବତ କରିଛି.ସୁନାବେଡା ସ୍ଥିତ ଏନଏଡି କ୍ୟାମ୍ପସ ପରିସର ରେ ଅନେକ ଚନ୍ଦନ କାଠ ରହିଛି । ଅନ୍ଧାର ର ସୁଯୋଗନେଇ ପାଚେରି ଡେଇଁ ଗଛ କାଟି ଆନ୍ଧ୍ରକୁ ଚାଲାଣ କରୁଥୁବାବେଳେ ପୋଲିସ ହାତରେ ଧରାପଡିଛନ୍ତି ଚନ୍ଦନ କାଠ ମାଫିଆ। ଏନଏଡିରୁ ପାଡୁଆ ଚାଲାଣ କରୁଥୁବାବେଳେ କୌଣସି ସୂତ୍ର ରୁ ସୂଚନାପାଇ ସୁନାବେଡା ପୋଲିସ ଚନ୍ଦନ ଜବତ କରିବା ସହ ଚାଲାଣ କାରୀ ଙ୍କୁ ଗିରଫ କରିବା ରେ ସଫଳ ହୋଇଛି ସୁନାବେଡ଼ା ପୋଲିସ।

LEAVE A REPLY

Please enter your comment!
Please enter your name here