27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନୀତି ଆୟୋଗ ଉପାଧ୍ୟକ୍ଷ ହେଲେ ସୁମନ କେ. ବେରି

ନୀତି ଆୟୋଗ ଉପାଧ୍ୟକ୍ଷ ହେଲେ ସୁମନ କେ. ବେରି

ନୂଆଦିଲ୍ଲୀ : ନିତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ ବେରି । ସରକାର ସୁମନ କେ. ବେରିଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ. ବେରିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଆସନ୍ତା ମେ’ ମାସ ପହିଲାରୁ ସୁମନ ବେରି ଦାୟିତ୍ୱ ଗ୍ରହଣ କରିବେ । ପୂର୍ବରୁ ସୁମନ ବେରି ନାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ ସଂସ୍ଥାରେ ନିର୍ଦ୍ଦେଶକ ଭାବେ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶଦାତା ପରିଷଦରେ ସଦସ୍ୟ ଥିଲେ ସୁମନ ବେରି । ଏହାସହ ଷ୍ଟାଟିଷ୍ଟିକାଲ କମିଶନ ଏବଂ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ବୈଷୟିକ ପରାମର୍ଶଦାତା ମଧ୍ୟ ଥିଲେ ସୁମନ କେ. ବେରି । ସୂଚନା ଅନୁସାରେ,ଇସ୍ତଫା ଦେଇଥିବା ରାଜୀବ କୁମାର ୨୦୧୭ରେ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ ।

ରାଜୀବ କୁମାରଙ୍କ ଇସ୍ତଫା ଗୃହୀତ ହୋଇଥିବା ଜଣାପଡିଛି ଆସନ୍ତା ୩୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ନୀତି ଆୟୋଗରେ ରାଜୀବ କୁମାର ଦାୟିତ୍ୱ କାଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତାଙ୍କ କାର୍ଯ୍ୟକାଳରେ କୃଷି, ଅର୍ଥନୀତି, ପୁଂଜିନିବେଶ, ବିଦ୍ୟୁତ ଚାଳିତ ଯାନ କ୍ଷେତ୍ରରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking