27.1 C
Bhubaneswar
Friday, March 29, 2024
Homeସ୍ୱାସ୍ଥ୍ୟସମ୍ ଅଲ୍ଟିମେଟ ମେଡିକେୟାରରେ ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର

ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ଜଣେ ବୟସ୍କ ମହିଳାଙ୍କର ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ସୃଷ୍ଟି ହୋଇଥିବା ଟ୍ୟୁମର୍‌କୁ
ବିରଳ ମିନିମାଲ୍ ଇନ୍‌ଭେସିଭ୍ ପ୍ରୋସିଡ୍ୟୁର୍ ମାଧ୍ୟମରେ କାଢ଼ି ବାହାର କରିବାରେ ସଫଳ ହୋଇଛନ୍ତି ସମ୍‌
ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞ ।
ହସ୍ପିଟାଲର ଇଏନ୍‌ଟି ଏବଂ ସ୍କଲ ବେସ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ଟ୍ରାନ୍ସ ନାଜାଲ ଏଣ୍ଡୋସ୍କୋପିକ୍ ସ୍କଲ
ବେସ୍ ସର୍ଜରୀ ପ୍ରକ୍ରିୟାରେ ପ୍ରଭା ତିୱାରୀ ନାମକ ମହିଳା ରୋଗୀଙ୍କ ମସ୍ତିଷ୍କର ଟ୍ୟୁମର୍‌କୁ ବାହାର କରିପାରିଛନ୍ତି ।
ଏହି ଟ୍ୟୁମର ଯୋଗୁଁ ସମ୍ପୃକ୍ତ ମହିଳା ଜଣଙ୍କ ପ୍ରବଳ ମୁଣ୍ଡ ବ୍ୟଥାର ଶିକାର ହେବା ସହିତ ତାଙ୍କର ଦୃଷ୍ଟି ଶକ୍ତି ହ୍ରାସ
ପାଉଥିଲା ।
ସଂପୃକ୍ତ ମହିଳାଙ୍କର ପୁତ୍ର ଡଃ ଦେବୀ ପ୍ରସାଦ ତିୱାରୀ ନୂଆଦିଲ୍ଲୀ ସ୍ଥିତ ଏମ୍‌ସରୁ ଏମ୍‌.ସି.ଏଚ୍ କରିଥିବା ଜଣେ
ୟୁରୋଲୋଜିଷ୍ଟ ହୋଇଥିଲେ ମଧ୍ୟ ସେ ତାଙ୍କ ମାଆଙ୍କୁ ସଡକପଥ ଦେଇ ଏକ ହଜାର କିମି ଅତିକ୍ରମ କରି ସୁଦୂର
ବିହାରର ସମସ୍ତିପୁରରୁ ସମ୍ ଅଲ୍ଟିମେଟ ମେଡିକେୟାରକୁ ଆଣିଥିଲେ । ସାରା ଭାରତର ବିଶେଷଜ୍ଞ ଏବଂ
ହସ୍ପିଟାଲ୍ ମାନଙ୍କରେ ଥିବା ଚିକିତ୍ସା ବ୍ୟବସ୍ଥାକୁ ତନଖି ଦେଖିବା ପରେ ଶେଷରେ ସମ୍ ଅଲ୍ଟିମେଟ୍ କୁ ଆଣିବାକୁ
ନିଷ୍ପତି ନେଇଥିଲେ ।
ଅସ୍ତ୍ରୋପଚାର ସରିବା ପରେ ରୋଗୀ ଜଣକ ଖୁବ୍ ଶୀଘ୍ର ସୁସ୍ଥ ହୋଇଥିଲେ ଏବଂ ତିନି ଦିନ ମଧ୍ୟରେ ହସ୍ପିଟାଲ୍‌ରୁ
ଡିସ୍‌ଚାର୍ଜ ହୋଇଥଲେ ବୋଲି ଡଃ ସାହୁ କହିଥିଲେ ।
ହାତଗଣତି ସ୍କଲ ବେସ୍ ସର୍ଜନଙ୍କ ମଧ୍ୟରେ ଡଃ ସାହୁ ଅନ୍ୟତମ ଏବଂ ସେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ
ନିୟମିତ ଭାବେ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅନେକ ଅସ୍ତ୍ରୋପଚାର କରୁଛନ୍ତି ।
ପୂର୍ବାଂଚଳରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ନୂଆ ହସ୍ପିଟାଲ୍ ଭାବେ ସମ୍ ଅଲ୍ଟିମେଟ୍‌
ମେଡିକେୟାର ଏକ ନୂଆ ମୁହଁ ହୋଇ ଥିବା ସତ୍ୱେ ଖୁବ୍ ଅଳ୍ପ ସମୟ ମଧ୍ୟରେ ବେଶ ପ୍ରତିଷ୍ଠିତ ହୋଇପାରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking