38.8 C
Bhubaneswar
Friday, April 19, 2024
Homeଓଡିଶାସମ ହସ୍ପିଟାଲରେ କର୍କଟ ରୋଗରେ ପୀଡିତ ଶିଶୁଙ୍କ ସମସ୍ତ ଚିକିତ୍ସା ଉପଲବ୍ଧ

ସମ ହସ୍ପିଟାଲରେ କର୍କଟ ରୋଗରେ ପୀଡିତ ଶିଶୁଙ୍କ ସମସ୍ତ ଚିକିତ୍ସା ଉପଲବ୍ଧ

ଭୁବନେଶ୍ୱର,  : ବୟସ୍କଙ୍କ ତୁଳନାରେ କ୍ୟାନ୍ସର ରୋଗର ଶିକାର ହେଉଥିବା ଶିଶୁ ଅଧିକ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଙ୍କୋଲୋଜିଷ୍ଟ ମତ ଦେଇଛନ୍ତି |

ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ବା National cancer Survivor Day ପ୍ରତିବର୍ଷ ଜୁନ ମାସ ପ୍ରଥମ ରବିବାର ପାଳନ କରାଯାଏ।  ଏହି ଦିବସ ଦର୍ଶାଇଥାଏ ଯେ “କର୍କଟ ରୋଗ ଚିହ୍ନଟ ପରେ ମଧ୍ୟ ଜୀବନର ବାସ୍ତବତା ରହିଥାଏ” । National Cancer Survivors Day ଫାଉଣ୍ଡେସନ କର୍କଟରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ “କର୍କଟ ରୋଗ ସହ ବଞ୍ଚିଥିବା ଜଣେ ବ୍ୟକ୍ତି- ରୋଗ ଚିହ୍ନଟ ହେବା କ୍ଷଣ ଠାରୁ ବାକି ଥିବା ଜୀବନ ପର୍ଯ୍ୟନ୍ତ” ବୋଲି ବ୍ୟାଖ୍ୟା କରେ । ଯେକୌଣସି ବ୍ୟକ୍ତିଙ୍କ ଠାରେ କର୍କଟ ରୋଗ ଚିହ୍ନଟ ହେବା ସେହି ବ୍ୟକ୍ତି ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ପାଇଁ ଭୟଙ୍କର ଅଟେ ।

 

ଭୁବନେଶ୍ୱର ସମ ହସ୍ପିଟାଲରେ କାର୍ଯ୍ୟରତ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରଫେସର ଡାକ୍ତର ସରୋଜ ପଣ୍ଡାଙ୍କ ଅନୁସାରେ, “ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ ଶିଶୁଙ୍କ ଆରୋଗ୍ୟ ହାର ଅଧିକ ରହିଥାଏ । ବିକଶିତ ରାଷ୍ଟ୍ର ଗୁଡ଼ିକରେ ଶିଶୁ ମାନଙ୍କ ମଧ୍ୟରେ ଦେଖା ଯାଉଥିବା କର୍କଟ ରୋଗରେ ସୁସ୍ଥତା ହାର 80 ପ୍ରତିଶତରୁ ଅଧିକ ରହିଛି। ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ସ୍ଵାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ସହ ସୀମିତ ଉତ୍ସ କାରଣରୁ କର୍କଟ ରୋଗୀଙ୍କୁ ଚିକତ୍ସା କରିବା ବହୁତ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । ଯେଉଁ କର୍କଟ ରୋଗୀ ଏବଂ ପରିବାରର ଏହି ରୋଗର ସମ୍ମୁଖୀନ ହୋଇ ତାର ସଫଳ ଚିକିତ୍ସା କରାଇପାରିଛନ୍ତି, ସେମାନେ ପ୍ରକୃତରେ ପ୍ରଶଂସନୀୟ  । ପୂର୍ବରୁ ଓଡ଼ିଶାରେ କର୍କଟ ରୋଗରେ ଆକ୍ରାନ୍ତ ଅଧିକାଂଶ ପିଲା ରାଜ୍ୟ ବାହାରେ ଥିବା କେନ୍ଦ୍ର ଉପରେ ନିର୍ଭର କରୁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବହୁତ ପରିମାଣରେ ବଦଳି ଯାଇଛି । ଆମ କେନ୍ଦ୍ର ସମ୍ ହସ୍ପିଟାଲ୍ ରେ ଆମର ଆବଶ୍ୟକ ଭିତ୍ତିଭୂମି ଅଛି ଏବଂ ଆମେ ସମସ୍ତ ପ୍ରକାରର ଶିଶୁ କର୍କଟ ରୋଗ ପାଇଁ ଚିକିତ୍ସା ଯୋଗାଉଛୁ । ଆମେ ପ୍ରତିବର୍ଷ ପ୍ରାୟ ଦୁଇଶହ ପିଲାଙ୍କର ବିଭିନ୍ନ କର୍କଟ ରୋଗରେ ଚିକିତ୍ସା କରୁଛୁ । ଲ୍ୟୁକେମିଆ, ଲିମ୍ଫୋମା, ବ୍ରେନ ଟ୍ୟୁମର୍, ବୋନ୍ ଆଣ୍ଡ ସଫ୍ଟ ଟିସୁ କ୍ୟାନ୍ସର, ୱିଲ୍ମସ ଟ୍ୟୁମର୍ (କିଡନୀ କର୍କଟ), ନ୍ୟୁରୋବ୍ଲାଷ୍ଟୋମା, ହେପାଟୋବ୍ଲାଷ୍ଟୋମା ଏବଂ ଅନ୍ୟାନ୍ୟ ବିରଳ କର୍କଟ ରୋଗର ଆମେ ଚିକିତ୍ସା କରୁଛୁ। କର୍କଟ ରୋଗରେ ପୀଡିତ କୌଣସି ବି  ଶିଶୁର ଚିକିତ୍ସାର ଅଭାବ ହେବା ଉଚିତ ହୁହେଁ,  ଭବିଷ୍ୟତରେ ସେମାନେ ସମାଜର ଏକ ସୁସ୍ଥ ଓ ଦାୟିତ୍ୱବାନ ସଦସ୍ୟ ହୋଇପାରିବେ” ବୋଲି ପ୍ରଫେସର ପଣ୍ଡା ଆଶା ବ୍ୟକ୍ତ କରିଛନ୍ତି।

 

ଅନ୍ୟପଟେ ସମ ହସ୍ପିଟାଲ ଶିଶୁ କର୍କଟ ରୋଗ  ବିଭାଗର ସହକାରୀ ପ୍ରଫେସର ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ କହିଛନ୍ତି ଯେ, ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ବିକାଶଶୀଳ ଦେଶ ଗୁଡ଼ିକରେ ଶିଶୁ କର୍କଟ ଚିକିତ୍ସାରେ ଉନ୍ନତିର ଆବଶ୍ୟକତା ରହିଥିବା ଅନୁଭବ କରିଛନ୍ତି । ରାଜ୍ୟ ତଥା କେନ୍ଦ୍ର ସରକାର କର୍କଟ ରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଅନେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛନ୍ତି । ଧୀରେ ଧୀରେ ତାଲିମପ୍ରାପ୍ତ ଶିଶୁ କର୍କଟ ବିଶେଷଜ୍ଞଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତର ଅନ୍ୟ କୌଣସି ବି ଅଗ୍ରଣୀ କେନ୍ଦ୍ର ଭଳି ଆମ କେନ୍ଦ୍ର ମଧ୍ୟ ଶିଶୁ କର୍କଟର ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାରରେ କମ ନୁହେଁ ” ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking