43.9 C
Bhubaneswar
Friday, April 19, 2024
Homeସ୍ୱାସ୍ଥ୍ୟହାରୁଛି କରୋନା, ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୪ ବର୍ଷୀୟା ବୃଦ୍ଧା

ହାରୁଛି କରୋନା, ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୪ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର, : ପୁଣି ପରାସ୍ତ ହେଲା କରୋନା । ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ
ଘରକୁ ଫେରିଲେ ୮୪ ବର୍ଷୀୟା ବୃଦ୍ଧା । ପୁରୁଣା ଭୁବନେଶ୍ୱର ଅଂଚଳର ଶ୍ରୀମତି ଶୈଳବାଳା ଦାସ ଗୁରୁବାର
ଦିନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ତାଙ୍କର ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହିଥିବା ବେଳେ ଗତ ୭ ବର୍ଷ ତଳେ ଏକ ବ୍ରେନ୍
ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି
କରିଥିଲେ ତାଙ୍କ ପରିବାର ।
ସମ୍ କୋଭିଡ ଟିମ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫ୍‌ମାନେ ତାଙ୍କର ଉପଯୁକ୍ତ ସେବା, ଯତ୍ନ ଓ ଚିକିତ୍ସା
କରିଥିଲେ ଯାହାଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ ସୁସ୍ଥ ହେବା ପରେ ଘରକୁ ଯିବା
ସମୟରେ ସମ୍ କୋଭିଡ ଟିମ୍‌ର ସେବା ଓ ଯତ୍ନ ଯୋଗୁଁ ଭାବବିହ୍ୱଳ ହୋଇପଡ଼ିଥିଲେ । ତାଙ୍କ ପୁଅ
ଇଞ୍ଜିନିୟର ପି.କେ. ଦାସ ମା’ ସୁସ୍ଥ ହେବା ପରେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା
ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking