36.7 C
Bhubaneswar
Tuesday, April 16, 2024
Homeଓଡିଶାକରୋନା କବଳରୁ ୮୫ ବର୍ଷର ବୃଦ୍ଧାଙ୍କୁ ଛଡାଇ ଆଣିଲେ ସମ କୋଭିଡ-୧୯ର ଯୋଦ୍ଧା

କରୋନା କବଳରୁ ୮୫ ବର୍ଷର ବୃଦ୍ଧାଙ୍କୁ ଛଡାଇ ଆଣିଲେ ସମ କୋଭିଡ-୧୯ର ଯୋଦ୍ଧା

ଭୁବନେଶ୍ୱର,  : କୋଭିଡ-୧୯ ପୀଡ଼ିତ ଜଣେ ୮୫ ବର୍ଷୀୟା ବୃଦ୍ଧା ଏହି ମହାମାରୀ ସହ ଲଢ଼ି ବିଜୟୀ ହେବା ଫଳରେ
ଅନ୍ୟ ରୋଗୀ ମାନଙ୍କ ମନରେ ନୂତନ ଆଶା ସଂଚାର କରିପାରିଛନ୍ତି । କରୋନା କବଳରୁ ୮୫ ବର୍ଷର ବୃଦ୍ଧାଙ୍କୁ ଛଡାଇ ଆଣିଲେ ସମ କୋଭିଡ-୧୯ର ଯୋଦ୍ଧା |
ଯାଜପୁର ଜିଲ୍ଲାରୁ ଆସିଥିବା ଏହି ବୃଦ୍ଧା ଏଠାରେ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ୧୨ ଦିନ ଚିକିତ୍ସା
ପରେ ସେ ସୁସ୍ଥ ହୋଇ ମଙ୍ଗଳବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏହି ମହିଳାଙ୍କର ଓଜନ ଥିଲା ମାତ୍ର ୨୨
କିଲୋଗ୍ରାମ । ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ ବଂଚାଇ ପାରିଛନ୍ତି ଓ ଏହା
କୋଭିଡ-୧୯ ବିରୁଦ୍ଧରେ ଲଢ଼ୁଥିବା ଟିମ୍ ନିମନ୍ତେ ଏକ ପ୍ରେରଣାଦାୟୀ ଘଟଣା ହୋଇଛି ।
ମଙ୍ଗଳବାର ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୪ ଜଣ କରୋନା ରୋଗୀଙ୍କୁ ସୁସ୍ଥ ଅବସ୍ଥାରେ
ଡିସଚାର୍ଜ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ୩ ବର୍ଷ ବୟସର ଶିଶୁ । ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ।
କରୋନା ଆକ୍ରାନ୍ତ ହୋଇଥିବା ଜଣେ ୬୦ ବର୍ଷିୟ ମଧୁମେହ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ସମ୍ କୋଭିଡ୍ ହସ୍ପିଟାଲରେ
ଚିକିତ୍ସା ହେବା ପରେ ସେ ଜାଣିଲେ ଯେ ତାଙ୍କର ମଧୁମେହ ସମସ୍ୟା ଅଛି । ତାଙ୍କର ମଧୂମେହ ସ୍ତର (ଖାଇବା ପୂର୍ବରୁ) ୪୦୦ ରୁ
ଅଧିକ ଥିଲା । ଏବେ ସେ କରୋନା ମୁକ୍ତ ହେବା ସହ ମଧୁମେହ ସ୍ତର ମଧ୍ୟ କମି ୧୦୦ ତଳକୁ ଆସିଛି ।
ସମ୍ କୋଭିଡ୍ ହସ୍ପିଟାଲରେ ୨୫ ଟି ଆଇସିୟୁ ଶଯ୍ୟା ସହ ୫୨୫ ଶଯ୍ୟା ରହିଛି । ଏହି ହସ୍ପିଟାଲ ସ୍ୱତନ୍ତ୍ର ଭାବେ ଏକ ଭିନ୍ନ
କ୍ୟାମ୍ପସରେ କାର୍ଯ୍ୟ କରୁଛି । ଚାରି ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ସନ୍ଦିଗ୍ଧଙ୍କୁ ଅଲଗା ରଖାଯାଇଥିବା ବେଳେ ପଜିଟିଭ୍ ଚିହ୍ନଟ
ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣ ନଥିବା ଓ ଗୁରୁତର ରୋଗୀଙ୍କୁ ଅଲଗା ଅଲଗା ମହଲାରେ ରଖି ଚିକିତ୍ସା
କରାଯାଉଛି ।
ହସ୍ପିଟାଲରେ ୮୨ ଜଣ ଡାକ୍ତର ମୁତୟନ ହୋଇଛନ୍ତି । ଏଥିରେ ଭେଷଜ, ଶିଶୁ, ନିଶ୍ଚେତକ, ପଲମୋନାରୀ ମେଡିସିନ,
ଜେନେରାଲ ସର୍ଜରୀ, ଅସ୍ଥିଶଲ୍ୟ, ମାନସିକ, ଇଏନଟି ଓ ଚକ୍ଷୁ ବିଭାଗର ବିଶେଷଜ୍ଞ ରହିଛନ୍ତି । ଏହାଛଡା ହସପିଟାଲରେ ୨୬୪ ଜଣ
ନର୍ସ ନିୟୋଜିତ ହୋଇଛନ୍ତି । କୋଭିଡ ହସ୍ପିଟାଲରେ ମୁତୟନ ହୋଇଥିବା ଡାକ୍ତର ମାନେ ୧୪ ଦିନ ଡ୍ୟୁଟି କରିବା ପରେ
କ୍ୱାରେଂଟାଇନରେ ରହିବେ । ପୁଣି ଆଉ ଏକ ୮୨ ଜଣିଆ ଦଳ ଡ୍ୟୁଟିକୁ ଆସିବେ । ତେବେ ଏହି ଡାକ୍ତର ମାନଙ୍କ ଛଡ଼ା ସମ୍‌
ହସ୍ପିଟାଲରେ ଥିବା ସମସ୍ତ ବିଭାଗର ମୁଖ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବରିଷ୍ଠ
ଡାକ୍ତରମାନେ ଚିକିତ୍ସା ଏବଂ ଔଷଧ ନେଇ ପରାମର୍ଶ ଦେଉଛନ୍ତି । ଖାଲି ଚିକିତ୍ସା ନୁହେଁ, ପାଥୋଲଜିକାଲ ପରୀକ୍ଷା ଓ ଏକ୍ସରେ,
ଅଲଟ୍ରାସାଉଣ୍ଡ ଓ ଇକୋ ପରୀକ୍ଷା ନିମନ୍ତେ ବ୍ୟବସ୍ଥା ଏହି ସ୍ୱତନ୍ତ୍ର ହସ୍ପିଟାଲରେ ରହିଛି ।
ହସ୍ପିଟାଲ ପରିସରରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ହସ୍ପିଟାଲ ଆଖପାଖ ଅଂଚଳକୁ ସବୁଦିନ ସାନିଟାଇଜ୍‌
କରାଯାଉଥିବା ବେଳେ ହସ୍ପିଟାଲ ଭିତରକୁ ପ୍ରତ୍ୟେକ ୬ ଘଂଟାରେ ଥରେ ସାନିଟାଇଜ କରାଯାଉଛି । ଚଟାଣ ସହ ବେଡ, ରେଲିଂ,
କବାଟ ଓ କାନ୍ଥ ମଧ୍ୟ ସାନିଟାଇଜ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking