34.1 C
Bhubaneswar
Friday, March 29, 2024
Homeଓଡିଶାଶିଶୁକୁ ଧରି ଅଫିସ୍‌ରୁ ଅଫିସ ଘୁରି ବୁଲୁଛନ୍ତି ସୁଲତା

ଶିଶୁକୁ ଧରି ଅଫିସ୍‌ରୁ ଅଫିସ ଘୁରି ବୁଲୁଛନ୍ତି ସୁଲତା

ବରଗଡ : ସ୍ୱାମୀଙ୍କ ମୃତ୍ୟୁ ପରେ ପିଅନ ପଦବୀ ପାଇଁ ଚାରି ବର୍ଷର ଶିଶୁକୁ ଧରି ଅଫିସ୍‌ରୁ ଅଫିସ ଘୁରି ବୁଲୁଛି ବିଧବା ସୁଲତା ଅମାତ । ହେଲେ କେହି ସୁଲତାଙ୍କ ନିବେଦନକୁ କର୍ଣ୍ଣପାତ କରୁ ନାହାନ୍ତି ।ସୂଚନା ଅନୁଯାୟୀ, ବରଗଡ଼ ସଦର ବ୍ଲକ୍ କୁରୁଆଁ ଗ୍ରାମର ସୁଲତା ଅମାତ । ସ୍ୱାମୀ ସ୍ୱର୍ଗତ ମୀନକେତନ ଅମାତ ୧୯୯୭ ମସିହାରୁ କୁରୁଆଁ ଗ୍ରାମରେ ଥିବା ଉମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ପିଅନ ଭାବରେ କାର୍ଯ୍ୟ କରିଆସୁଥିଲେ । ଗତ ୨୦୧୮ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୀନକେତନଙ୍କ ଦେହାନ୍ତ ହୋଇଥିଲା । ମୀନକେତନଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡିଛନ୍ତି ସ୍ତ୍ରୀ ସୁଲତା । ତାଙ୍କ ସ୍ୱାମୀ କରୁଥିବା ପିଅନ ଚାକିରି କରି ନିଜେ ତଥା ଏକ ମାତ୍ର ପୁଅର ଲାଳନ ପାଳନ ଆଶା ରଖିଥିଲେ ସୁଲତା । ମାତ୍ର ସୁଲତାଙ୍କୁ ସ୍କୁଲରେ ଚାକିରି ମିଳି ନ ଥିଲା । ଯାହାକୁ ନେଇ ସୁଲତା ଚାରି ବର୍ଷ ବୟସର ଏକ ମାତ୍ର ପୁଅକୁ ଧରି ଶିକ୍ଷା ଅଧିକାରୀଙ୍କ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଘୁରି ବୁଲୁଛନ୍ତି ସ୍ୱାମୀଙ୍କ ଚାକିରି ତାଙ୍କୁ ଦିଆଯିବା ପାଇଁ । ତେବେ ବିଧବା ସୁଲତାଙ୍କ ନିବେଦନକୁ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking