29.1 C
Bhubaneswar
Wednesday, April 24, 2024
Homeଓଡିଶାଶୁଲିଆ ଯାତ୍ରାରେ ପଡିଲା ବଳି

ଶୁଲିଆ ଯାତ୍ରାରେ ପଡିଲା ବଳି

ବଲାଙ୍ଗିର : କୁଲତାପଡା ପଂଚାୟତ ଅନ୍ତର୍ଗତ ଖଇରଗୁଡା ଠାରେ ପ୍ରଥମ କରି ଆରମ୍ଭ ହୋଇଥିଲା ତିନି ଦିନିଆ ଶୁଲିଆ ମହୋତ୍ସବ । ଶୁଲିଆ ଯାତ୍ରା ଯାହାକି ଏ ଅଂଚଳର ଆଦିବାସୀମାନେ ପାରଂପରିକ ରୀତିରେ ପଶୁବଳି ଦେଇ ଯାତ୍ରା ପାଳନ କରିଥାନ୍ତି । ଯାହା ଉପରେ ଅନେକ ସାମାଜିକ, ସାଂସ୍କୃତିକ ସଂଗଠନ ବାଧା ଦେବା ପାଇଁ ଚେଷ୍ଟା କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କୌଣସି ଆଦିବାସୀ ପରଂପରା ଉପରେ କେହି ରୋକ୍ ପକାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେବା ପରେ ଶୁଲିଆଯାତ୍ରା ଆଦିବାସୀମାନଙ୍କ ଦ୍ୱାରା ବହୁତ ଜାଗଜମଗରେ ପାଳିତ ହେଉଛି ।
ଶୁଲିଆଯାତ୍ରା ଆଦିବାସୀମାନଙ୍କର । ଏହା ଏପରି ଏକ ଯାତ୍ରା ଯାହା ଉପରେ ହଜାର ହଜାର ସଂଖ୍ୟାରେ ମାନସିକ କରି ଅଣ ଆଦିବାସୀମାନେ ମଧ୍ୟ ସାମିଲ ହୋଇଥାନ୍ତି । କଟକଣା ସତ୍ତ୍ୱେ ପଶୁ ବଳିରେ ରକ୍ତରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା । ଦେଓଗାଁ ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡ଼ିଛି । ନିୟମ ଅନୁସାରେ, ପ୍ରଥମେ ପାଟ ବୋଦାକୁ ପୂଜାର୍ଚ୍ଚନା କରି ବଳି ପକାଯାଇଥିଲା । ଏହାପରେ ଶହଶହ ମାନସିକଧାରୀ ନିଜେ ଆଣିଥିବା ପଶୁ ପକ୍ଷୀଙ୍କୁ ବଳି ପକାଇଥିଲେ । ଚଳିତ ବର୍ଷ ତିନି ଦିନି ପାଇଁ ଏହି ଯାତ୍ରା ଚାଲିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking