31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଯାଜପୁର ସୁକିନ୍ଦା ବ୍ଲକ ମଙ୍ଗରାଜ ପୁର ପଂଚାୟତ ଜଳବନ୍ଦୀ

ଯାଜପୁର ସୁକିନ୍ଦା ବ୍ଲକ ମଙ୍ଗରାଜ ପୁର ପଂଚାୟତ ଜଳବନ୍ଦୀ

ଯାଜପୁର: ଯାଜପୁର ସୁକିନ୍ଦା ବ୍ଲକ ଅନ୍ତର୍ଗତ ମଙ୍ଗରାଜ ପୁର ପଂଚାୟତ ଜଳବନ୍ଦୀ । ମୂଖ୍ୟତଃ ମଙ୍ଗରାଜ ପୁର ଗାଁ ଅଧିକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଚାରିପଟ ଜଳମଗ୍ନ ଥିବାବେଳେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି । ଗାଁ ର କେତେକ ଚାଳଘର ଭାଙ୍ଗି ପଡିଥିବାବେଳେ କୋଠା ଘରେ ମଧ୍ୟ ପାଣିପଶି ରହିଛି ।ଚାରିଦିନ ହେବ ବିଦ୍ୟୁତ ସରବରାହ ବନ୍ଦ ରହିଛି ସମ୍ପୂର୍ଣ୍ଣ ପଂଚାୟତ ଏବେ ଅନ୍ଧାର ରେ । ଏ ଯାଏ ପ୍ରଶାସନ ପହଂଚି ପାରିନି ଲୋକେ ଭୋକ ଉପାସ ରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଛି .ଓ ନଳକୂପ ,କୂଅ ସବୁ ବୁଡି ରହିଛି । ଏହାକୁ ନେଇ ଜୋର ଧରିଛି ରାଜନୀତି । ଏକା ସମୟ ରେ ଦୁଇ ଦଳ ର ପ୍ରମୁଖ ନେତା ଡଙ୍ଗା ଯୋଗେ ପହଂଚି ଯାଇଛନ୍ତି ଏହି ପଂଚାୟତ ରେ। ଶାସକ ଦଳ ର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ର ସୁକିନ୍ଦା ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ ଓ ଭାରତୀୟ ଜନତା ପାର୍ଟି ର ସୁକିନ୍ଦା ଯୁବ ସଭାପତି ବିଶ୍ଵଜିତ ରାଜ ପହଂଚି ଶୁଖିଲା ଖାଦ୍ୟ ବାଣ୍ଟି ଛନ୍ତି । ଓ କାହିଁକି ଏ ଯାଏ ପ୍ରଶାସନ ପହଞ୍ଚି ନାହିଁ ଡାକ୍ତରୀ ଦଳ ପହଂଚି ନାହାନ୍ତି ବୋଲି ଗଣମାଧ୍ୟମ ସାମନା ରେ ପ୍ରବଳ ବର୍ଷିଛନ୍ତି ଭାରତୀୟ ଜନତା ପାର୍ଟି ର ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ । ଓ ସିଧା ଶାସକଦଳ ବିଧାୟକ ଙ୍କୁ ଟାରଗେଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking