40.1 C
Bhubaneswar
Thursday, April 25, 2024
Homeଓଡିଶାପରକୀୟା ପ୍ରୀତିରୁ ଆତ୍ମହତ୍ୟା

ପରକୀୟା ପ୍ରୀତିରୁ ଆତ୍ମହତ୍ୟା

ଭୁବନେଶ୍ୱର: ପରକୀୟା ପ୍ରୀତିରୁ ଆତ୍ମହତ୍ୟା କରିଥିବା ଦୁଇ ବିବାହିତଙ୍କ ମୃତ ଦେହ ବନ୍ଦ ଘରୁ ଜବତ ହୋଇଛି । ଉଭୟଙ୍କୁ ପ୍ରେମୀଯୁଗଳ କୁହାଯାଉଥିବାବେଳେ ସେମାନେ ପରିବାର ଛାଡି ପରସ୍ପର ଲିଭଇନ୍‌ରେ ରହୁଥିଲେ । ମୃତ ପ୍ରେମିକ ଜଣଙ୍କ ହେଲେ ନୟାଗଡ ଜିଲ୍ଲା ଲାଠିପୁର ଗ୍ରାମର ସୋମନାଥ ସାହୁ(୩୫) ଓ ପ୍ରେମିକା ଢ଼େଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମର ସୁଲୋଚନା ନାୟକ(୨୯) । ଖବର ପାଇ ଭରତପୁର ଥାନା ପୁଲିସ ପ୍ରେମୀ ଯୁଗଳଙ୍କ ମୃତଦେହକୁ ଜବତ କରିଛି । ମୃତ ଦେହ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଛି । ଏ ନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସୂଚନା ମୁତାବକ, ନୟାଗଡ ଜିଲ୍ଲା ଲାଠିପୁର ଗ୍ରାମର ସୋମନାଥ ସାହୁ ୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ସୋମନାଥ ଫୁଲେଶ୍ୱରୀ ବସ୍ତିରେ ରହି ଅଟୋ ଚଲାନ୍ତି । ଢ଼େଙ୍କାନାଳ ଜିଲ୍ଳା ରାସୋଳ ଗ୍ରାମର ସୁଲୋଚନା ନାୟକଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ସୁଲୋଚନା ମଧ୍ୟ ଦୁଇ ବର୍ଷ ତଳେ ବିବାହ କରିଥିଲେ । ସୋମନାଥ ଓ ସୁଲୋଚନାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ଫଳରେ ଦୁହେଁ ଦୁହିଁଙ୍କୁ ପୁଣି ବିବାହ କରିବାକୁ କଥା ଦିଆନିଆ ହୋଇଥିଲେ । ୩ ଦିନ ତଳେ ସୋମନାଥ ସୁଲୋଚନାଙ୍କୁ ନିଜ ରୁମ୍‌କୁ ଆଣି ରଖିଥିଲେ । ଏହି ଖବର ପାଇଥିଲେ ସୋମନାଥଙ୍କ ପରିବାର ଲୋକେ ।

ସୋମନାଥଙ୍କ ମା’ ଫୋନ କରି ତାଙ୍କୁ ଧମକ ଚମକ ଦେବା ସହ ତୁରନ୍ତ ସେ ଝିଅକୁ ଛାଡିବାକୁ କହିଥିଲେ । ତୁ ବିବାହ କରିଛୁ, ତୋର ଦୁଇ ଦୁଇଟି ପୁଅ ତୋ ମୁହଁକୁ ଲାଜ ନାହିଁ ତୁ ପୁଣି ଗୋଟେ ଝିଅକୁ ପାଖରେ ରଖିଛୁ । ବହୁତ ହୋଇ ଗଲା ମୁଁ ଏବେ ଭୁବନେଶ୍ୱର ଯାଉଛି। ଏତିକିରେ ଉତ୍‌କ୍ଷିପ୍ତ ହୋଇପଡିଥିଲେ ସୋମନାଥ । ହଉ ମା’ ତୁ ମୋ ପାଖକୁ ଆସିବ ତ ଆସ, ଆସି ଦେଖିବୁ ତୋ ପୁଅର ମଲା ମୁହଁ । ଶେଷରେ ଆତ୍ମହତ୍ୟା କରିବାକୁ ସୋମନାଥ ସ୍ଥିର କରିଥିଲେ । ଆଇଗଣିଆର ଏକ ଦୋକାନରୁ ମୂଷା ମରା ଔଷଧ ଆଣି ନିଜେ ପିଇ ଦେବା ସହ ସୁଲୋଚନାକୁ ମଧ୍ୟ ଦେଇଥିଲେ । ଦୁହେଁ ବିଷ ପିଇ ଦେବା ପରେ ଗୁରୁତର ହୋଇପଡିଥିଲେ । ପୁଅ ଏଭଳି କଥା କହିବା ପରେ ସୋମନାଥଙ୍କ ମା’ଙ୍କ ସନ୍ଦେହ ହେବାରୁ ସେ ବଡ ପୁଅକୁ ଧରି ଫୁଲେଶ୍ୱରୀ ବସ୍ତିକୁ ଆସି ଦେଖିବା ବେଳକୁ ଦୁହେଁ ଗୁରୁତର ହୋଇପଡିଛନ୍ତି । ସଙ୍ଗେ ସଙ୍ଗେ ଦୁହିଁଙ୍କୁ ଏକ ଗାଡି କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking