34.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା

କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବେହେରାସାହିରେ ଦୁଃଖଦ ଘଟଣା ଘଟିଯାଇଛି । ପାରିବାରିକ କଳହକୁ ନେଇ ଜନୈକା ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗ୍ରାମର ଧ୍ରୁବ ଚରଣ ବେହେରା (୩୩) ୮ବର୍ଷ ପୂର୍ବେ ତେଲକୋଇ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ରେବତୀ ବେହେରା(୩୦)ଙ୍କୁ ବିବାହ କରିଥିଲେ । ସେମାନେ ବେହେରା ସଂପ୍ରଦାୟ ହୋଇଥିବାରୁ ପାରମ୍ପାରିକ ମାଟି ହାଣ୍ଡି, ବଢ଼ା, କଳସ ଆଦି ଗଢିବା ପରେ ତାକୁ ବଜାରରେ ବିକ୍ରିକରି ପରିବାର ପ୍ରତିପୋଷଣ ସହ ସବୁ ସୁରୁଖୁରୁରେ ଚାଲିଥିଲା । ପରେ ରେବତୀଙ୍କ କନ୍ୟା ସନ୍ତାନ ଏବଂ ଦୁଇବର୍ଷ ହେବ ଏବେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଧ୍ରୁବ ଯାହା ସବୁ ରୋଜଗାର କରୁଥିଲେ ମଦ ପିଇ ସବୁ ଉଡାଇ ଦେଉଥିଲେ । ଫଳରେ ରେବତୀ ନିଜ ବାପ ଘରକୁ ଚାଲିଯାଇଥିଲେ । ଦୁଇବର୍ଷ ପୂର୍ବେ ବଡ଼ ଝିଅକୁ ଜ୍ୱର ହୋଇଥିଲା ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ଝିଅଟିର ମୃତ୍ୟୁ ଘଟିଥିଲା । ଏ ନେଇ ବୁଧବାର ଅପରାହ୍ନରେ ଧ୍ରୁବ ଓ ରେବତୀଙ୍କ ସହ ବଚସା ହେବାରୁ କିରୋସିନି ଢାଳି ରେବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଫଳରେ ତାଙ୍କର ଶରୀରର ଅର୍ଦ୍ଧାଧିକ ଅଂଶ ପୋଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ପଡ଼ିଶା ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର କଟକ ନେବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ପରିବାର ଲୋକେ କଟକ ନେଇ ନପାରିବାରୁ ରେବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆଜି ସଦର ପୁଲିସ ମେଡ଼ିକାଲରେ ପହଞ୍ଚି ଏକ ଅପହୃତ ମାମାଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking