31.1 C
Bhubaneswar
Tuesday, April 23, 2024
Homeଓଡିଶାବିବାହିତ ଯୁବକଙ୍କ ଆତ୍ମହତ୍ୟା

ବିବାହିତ ଯୁବକଙ୍କ ଆତ୍ମହତ୍ୟା

ଖଜୁରିପଡ଼ା: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଦାତପାଜୁ ଗ୍ରାମର ଏକ ଘରେ ଜଣେ ବିବାହିତ ଯୁବକ ମୁନ୍ନା ଦିଗାଳ(୩୫) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏତଲା ପ୍ରକାରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକର ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ମୃତକ ଗୋଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ପିଡିଆପଙ୍ଗା ସାହିର ବୋଲି ଜଣାପଡ଼ିଛି । ଖବର ପ୍ରକାରେ, ମୃତ ଯୁବକ ଜଣକ ପ୍ରାୟ ଏକ ସପ୍ତାହ ହେଲା ଦାତପାଜୁ ଗ୍ରାମରେ ଏକ ଘର ଭଡ଼ାନେଇ ରହୁଥିଲେ । ତେବେ ଆଜି ସକାଳେ ଯୁବକଙ୍କ ସ୍ତ୍ରୀ ଭାନୁମତି ମୁନ୍ନାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିବା ସ୍ତ୍ରୀ ତୁରନ୍ତ ତାଙ୍କର ଜଣେ ବନ୍ଧୁଙ୍କୁ ମୁନା କଣ ପାଇଁ ଫୋନ୍ ଉଠାଉ ନାହିଁ ଯାଇ ଦେଖିବାକୁ କହିଥିଲେ । ବନ୍ଧୁଜଣକ ଝରକା ଫାଙ୍କାରେ ଦେଖିବା ବେଳେ ଘରେ ବେକରେ ରସି ଲଗାଇ ଝୁଲୁଥିବା ଦେଖି ପାଟିକରିବା ସହିତ ଏନେଇ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଖବର ଦେଇଥିଲେ । ତୁରନ୍ତ ତାଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଏନେଇ ଏକ ଏତଲା ଦେଇଥିଲେ । ପୁଲିସ୍ କେସ ନଂ ୧୧ା୨୨ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ସଦରଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଥିବା ବେଳେ କାରଣ ଜଣାପଡ଼ିନାହିଁ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking