39.2 C
Bhubaneswar
Thursday, April 18, 2024
Homeଓଡିଶାବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ମୟୂରଭଞ୍ଜ : ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ନିଜ ଘର ଭିତରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଏକ ଦୁଃଖଦ ଘଟଣା ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପଡାସିଆ ଗ୍ରାମରେ ଦେଖିବାକୁ ମିଳିଛି। ଘର ଭିତରେ କେହି ନ ଥିବା ବେଳେ ଭକ୍ତ ବିନ୍ଧାଣିଙ୍କ ବିବାହିତପୁଅ ପଞ୍ଚାନନ ବିନ୍ଧାଣି ଆତ୍ମହତ୍ୟା କରିଛନ୍ତି । ତେବେ ସ୍ଵାମୀ ପଞ୍ଚାନନ ବିନ୍ଧାଣିଙ୍କୁ ଖାଇବାକୁ ଦେଇସାରି ସ୍ତ୍ରୀ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ବାପା ଭକ୍ତ ବିନ୍ଧାଣି ଘର ପିଣ୍ଡାରେ ବସିଥିଲେ । ଠିକ ସେହି ସମୟରେ ପଞ୍ଚାନନ ନିଜ ଘର ଭିତରେ ଧାରଣାରେ ରସି ଲଗେଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ । ଘର ଭିତରୁ ଗଁ ଗଁ ଶବ୍ଦ ଆସୁଥିବା ଶୁଣି ବାପା ଭକ୍ତ ବିନ୍ଧାଣି ସାନ ପୁଅକୁ ଡାକି ଥିଲେ । ସଙ୍ଗେ ସଙ୍ଗେ ସାନପୁଅ ଆସି କୌଣସି ପ୍ରକାରେ ଘର ଭିତରକୁ ପଶି ଦେଖିଲା ବେକରେ ରଶି ଲଗାଇ ଭାଇ ଝୁଲି ପଡି ଗଁ ଗଁ ଚିତ୍କାର କରୁଛି। ତରବରିଆ ଭାବେ ଦଉଡି ଖୋଲି ସଙ୍ଗେ ସଙ୍ଗେ ସ୍ଥାନୀୟ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ଡାକ୍ତରଖାନାରେ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖବରପାଇ ଶୀର୍ଷା ମେଡିକାଲରେ ଝାରପୋଖରିଆ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବାରିପଦା PRM ମେଡିକାଲକୁ ପଠାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking