30.1 C
Bhubaneswar
Thursday, April 25, 2024
Homeଓଡିଶାଫୋରେନସିକ ଲ୍ୟାବ୍ ଗଲା ସୁଇସାଇଡ଼ ନୋଟ୍‌

ଫୋରେନସିକ ଲ୍ୟାବ୍ ଗଲା ସୁଇସାଇଡ଼ ନୋଟ୍‌

ଭୁବନେଶ୍ୱର : ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କୌଣସି ଟେର ପାଉନି ପୁଲିସ । ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ । ତେବେ ମୃତ୍ୟ ପୂର୍ବରୁ ସେ ଲେଖିଥିବା ଡ଼ାଏରୀରେ ସୁଇସାଇଡ଼ ନୋଟ୍‌କୁ ଆଜି ଜିଆରପି ପୋଲିସ୍ ଫୋରେନସିକ ଲ୍ୟାବକୁ ପଠାଇ ଦେଇଛି । ସୁଇସାଇଡ଼ ନୋଟ ସହ ପୂର୍ବ ହାତଲେଖା ଓ ଦସ୍ତଖତ ହୋଇଥିବା ଚେକ୍ କୁ ଲ୍ୟାବ ପଠାଯାଇଛି । ମୃତ୍ୟୁର ୪ଦିନ ପୂର୍ବରୁ ଆଦିତ୍ୟଙ୍କର ସମସ୍ତ କଲ ରେକର୍ଡ଼କୁ ଯାଞ୍ଚ କରାଯାଇଛି । ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିଲେ ମଧ୍ୟ  ତଦନ୍ତ ଜାରି ରହିଛି ।
ସୂଚନା ଅନୁଯାୟୀ , ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କର ମୃତ୍ୟୁ କୁ ୭ଦିନ ପୁରିଯାଇଛି । ଗତ ମଙ୍ଗଳବାର ସକାଳେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଷ୍ଟେସନରୁ ତାଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ବର୍ଗ , ସାଙ୍ଗସାଥୀ ଓ ତାଙ୍କ ଦ୍ୱାରା ଚାଳିତ ବୃଦ୍ଧାଶ୍ରମର ସମସ୍ତ ସଦସ୍ୟ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking