26.1 C
Bhubaneswar
Friday, March 29, 2024
Homeଅପରାଧଫେସବୁକ ଲାଇଭରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ତା’ପରେ କ’ଣ ହେଲା ପୂରା ଘଟଣା ଜାଣନ୍ତୁ....

ଫେସବୁକ ଲାଇଭରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ତା’ପରେ କ’ଣ ହେଲା ପୂରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ୟକ୍ତି ଫେସବୁକରେ ଲାଇଭ ଆସି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ସଠିକ ସମୟରେ ଉଦ୍ଧାର କରିଥିଲା । ଭିଡିଓରେ ବ୍ୟକ୍ତି ଜଣକ କୌଣସି ଏକ ଔଷଧର ମାତ୍ରାଧିକ ସେବନ କରି ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ । ଡେପୁଟି କମିଶନର ଅଫ୍ ପୋଲିସ କେପିଏସ୍ ମଲହୋତ୍ରା କହିଛନ୍ତି ଯେ, ଫେସବୁକରୁ ଏକ ଜରୁରୀ ବାର୍ତ୍ତା ଆସିଥିଲା କି ଜଣେ ବ୍ୟକ୍ତି ରାତି ୧.୩୦ ରେ ଆତ୍ମହତ୍ୟା ଉଦ୍ୟମ କରି ଲାଇଭ୍ ଭିଡିଓ ପୋଷ୍ଟ କରିଛନ୍ତି । ଫେସବୁକରୁ ରାତି ପ୍ରାୟ ୨ ଟା ସମୟରେ ସେ ଏହି ଇ-ମେଲ ପାଇଥିଲେ । ଏହା ପରେ ଦିଲ୍ଲୀ ପୋଲିସର ସାଇବର ସେଲ ୟୁନିଟ୍ ତଦନ୍ତ ଆରମ୍ଭ କରିଥିଲା । ଡିସିପି କହିଛନ୍ତି ଯେ, ସେମାନେ ପ୍ରଥମେ ଏକ ନମ୍ବର ପାଇବାରେ ସଫଳ ହୋଇଥିଲେ, ଯାହା ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିଲା ଏବଂ ପଶ୍ଚିମ ଦିଲ୍ଲୀର ରାଜେରି ବଗିଚାରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ ।

ଏହି ସୂଚନା ଦିଲ୍ଲୀ ପୋଲିସର ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଜିଲ୍ଲାମାନଙ୍କ ସହ ସେୟାର କରାଯାଇଥିଲା । ଏହାପରେ ରାଜେରୀ ଗାର୍ଡେନ ପୋଲିସ ଷ୍ଟେସନ ଉକ୍ତ ବ୍ୟକ୍ତିଙ୍କ ବାସଭବନର ଠିକଣା ପାଇ ଅପରାହ୍ନ ୩.୧୫ରେ ବ୍ୟକ୍ତିଙ୍କୁ ଅଧା ଚେତା ଥିବା ଅବସ୍ଥାରେ ଉଦ୍ଧାର କରିଥିଲା । ଯାଞ୍ଚ ବେଳେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ପୋଲିସକୁ କହିଥିଲେ ଯେ ସେ ଥାଇରଏଡ ଚିକିତ୍ସାରେ ବ୍ୟବହୃତ ପ୍ରାୟ ୫୦ ବୋତଲ ସିରଫ ପିଇ ଦେଇଥିଲେ । ତାଙ୍କ ପତ୍ନୀ ତାଙ୍କୁ ପ୍ରାୟ ତିନି ବର୍ଷ ପୂର୍ବେ ଛାଡି ଚାଲିଯାଇଛନ୍ତି । ସେ ଗତ ବର୍ଷ ଚାକିରି ହରାଇଛନ୍ତି ବୋଲି ଡିସିପି କହିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ଚିନ୍ତାରେ ରହୁଥିଲେ । ସେ ପୂର୍ବରୁ ଡିପ୍ରେସନର ଚିକିତ୍ସା ପାଇଁ ଔଷଧ ଖାଉଥିବା ଜଣାପଡ଼ିଛି । ଭୋପାଳରେ ରହୁଥିବା ତାଙ୍କ ପତ୍ନୀଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲେ ହେଁ ସେ ଆସିବାକୁ ମନା କରି ଦେଇଥିଲେ । ତେବେ ପୀଡିତଙ୍କୁ ତାଙ୍କ ଶାଶୂ ଚାପ ପକାଇବାରୁ ସେ ଏପରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଦିନ ଦିୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking